ନ୍ୟୁୟର୍କରେ ଭୟଙ୍କର ବନ୍ୟା: ରାସ୍ତାରେ ଭାସୁଛି କାର

ନ୍ୟୁୟର୍କ,୩ା୯: ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ବେଗରେ ବହୁଛି ପବନ। ସବୁ ଆଡେ ପାଣି। ରାସ୍ତାରେ କାର ସହ ଲୋକଙ୍କ ମୃତଦେହ ଭାସୁଛି। ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି ସହରରେ। ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ନ୍ୟୁୟର୍କ ଓ ନ୍ୟୁଜର୍ସି ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଉ କିଛି ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ।

ପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ଜନସାଧାରଣ ବାହାରକୁ ନ ବାହାରି ନିରାପଦ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କେବଳ ଏମର୍ଜେନ୍ସି ଗାଡ଼ିଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଯାନବାହନ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ଛିଡ଼ା ହୋଇଥିବା ବସ୍‌, କାର୍‌ ଆଦି ଅନେକ ଗାଡ଼ି ବନ୍ୟାପାଣିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରେଳଷ୍ଟେଶନ ସମେତ ସବ୍‌ଓ୍ବେ ପ୍ଲାଟଫର୍ମ ଜଳମଗ୍ନ ହୋଇଛି। ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ଥିବା ବିମାନବନ୍ଦରଗୁଡ଼ିକରେ ସମସ୍ତ ଫ୍ଲାଇଟ୍‌ ବାତିଲ କରାଯାଇଛି।

Share