ନାଇଜେରିଆରେ ବନ୍ୟା: ୧୩ ଲକ୍ଷରୁ ଅଧିକ ବେଘର…

ଅବୁଜା,୧୭।୧୦ : ପ୍ରବଳ ବନ୍ୟା ଯୋଗୁଁ ନାଇଜେରିଆ ଅନାହାର ଏବଂ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଦେଶର ମାନବିକତା ମନ୍ତ୍ରଣାଳୟ ଟୁଇଟର କହି କହିଛି ଯେ ବନ୍ୟା ଯୋଗୁଁ ୧୩ ଲକ୍ଷରୁ ଅଧିକ ଲୋକ ବେଘର ହୋଇଯାଇଛନ୍ତି। ସେମାନେ ଗଛ ତଳେ ଅବା ଅନ୍ୟ ଆଶ୍ରୟସ୍ଥଳରେ ରହୁଛନ୍ତି।

ମାନବିକ ବ୍ୟାପାର ମନ୍ତ୍ରୀ ସାଦିଆ ଉମର ଫାରୁକ କହିଛନ୍ତି ବନ୍ୟାରେ ୮୨,୦୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ଏଥି ସହିତ ପ୍ରାୟ ୨୭୨,୦୦୦ ଏକର ଫସଲ ନଷ୍ଟ ହୋଇଯାଇଛି। ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଅଗଷ୍ଟରେ ବନ୍ୟା ପରିସ୍ଥିତି ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ କହିଛି ଯେ ନାଇଜେରିଆ ଭୋକର ସମ୍ମୁଖୀନ ହେଉଛି।

ଏନେଇ ବିଶ୍ୱର ଅନ୍ୟ ରାଷ୍ଟ୍ର ସହାୟତାର ହାତ ବଢ଼ାଇବା ଜରୁରୀ।

Share