ସିକିମରେ ବନ୍ୟା: ୩,୦୦୦ ପର୍ଯ୍ୟଟକ ଫସିଛନ୍ତି

ଗାଙ୍ଗଟକ୍‌, ୧୬ା୬: ପ୍ରବଳ ବର୍ଷା ଯୋଗୁ ଉତ୍ତର ସିକିମ୍‌ରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ପେଗୋଙ୍ଗ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ୧୦ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ୩,୦୦୦ ପର୍ଯ୍ୟଟକ ରାଜପଥର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଲାଚୁଙ୍ଗ ଏବଂ ଲାଚେନ୍‌ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଫସିରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି। ପଶ୍ଚିମ ସିକିମ୍‌ର ରିମ୍ବି ନଦୀରେ ଜଣେ ୯୦ ବର୍ଷୀୟ ଗୋପାଳକ ଭାସିଯାଇଛନ୍ତି।

Share