Categories: ଜାତୀୟ

ମରୁଭୂମିରେ ବନ୍ୟା: ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଜୟପୁର,୬।୭: ଗତ ଜୁନ୍‌ରେ ରାଜସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ରାଜ୍ୟରେ ବର୍ଷା ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ମଙ୍ଗଳବାର ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତମାସରେ ୧୫.୯ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ୧୮୫% ଅଧିକ ବର୍ଷା ହୋଇଛି। ରାଜ୍ୟରେ ଶେଷଥର ପାଇଁ ୧୯୦୧ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଜୟପୁର ପାଣିପାଗ ବିଭାଗ ଅଧିକାରୀ ରାଧେଶ୍ୟାମ ଶର୍ମା କହିଛନ୍ତି।
୧୯୯୬ ଜୁନ୍‌ରେ ରାଜ୍ୟରେ ସର୍ବାଧିକ ୧୨୨.୮ ଏମ୍‌.ଏମ୍‌. ବର୍ଷା ହୋଇଥିବାବେଳେ ପୂର୍ବ ରାଜସ୍ଥାନରେ ହାରାହାରି ୧୧୮% ଅଧିକ ବର୍ଷା ହୋଇଥିଲା। ସେହି ମାସରେ ପଶ୍ଚିମ ରାଜସ୍ଥାନରେ ୨୮୭% ଅଧିକ ବର୍ଷା ହୋଇଥିଲା। ଚଳିତବର୍ଷର ପ୍ରଥମ ବାତ୍ୟା ବିପର୍ଯ୍ୟୟ ସକାଶେ ଜୁନ୧୬ରୁ ୨୦ ମଧ୍ୟରେ ରାଜସ୍ଥାନର ଜାଲୋର, ପାଲି, ବାଡମେର, ଆଜମେରରେ ପ୍ରବଳ ବର୍ଷା ହୋଇଥିଲା। ସେ ସମୟରେ ଜାଲୋରରେ ସର୍ବାଧିକ ୪୦୦.୫ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିଲା।
ଝଲାଓ୍ବରକୁ ଛାଡ଼ିଦେଲେ ଅନ୍ୟ ଜିଲାଗୁଡ଼ିକରେ ସାମନ୍ୟ ଓ ପ୍ରବଳ ବର୍ଷା ହୋଇଛି। ଜୁନ୍‌ ୨୫ରେ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିବାବେଳେ ଜୁଲାଇ ୨ ସୁଦ୍ଧା ପଶ୍ଚିମାଞ୍ଚଳର ସବୁ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ଆସନ୍ତା ୭ ତାରିଖରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବର୍ଷା ସମ୍ଭାବନା ରହିଥିବା ଶର୍ମା କହିଛନ୍ତି।

Share