ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବନ୍ୟା ପାଣି ମାଡି ଆସିଥିବା ସିଟି ଗଭର୍ନର ୟୁସେଫ୍‌ କାରେଗାର କହିଛନ୍ତି। ବନ୍ୟାରେ ଫସିରହିଥିବା ୫୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ଏବେବି ନିଖୋଜ ଥିବା ଜଣାପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ବନ୍ୟାରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ଜଣାପଡିଛି।

Share