ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୨ଟି ଗେଟ୍ ଖୋଲିବା ପରେ ରବିବାର ବିଳମ୍ବିତ ରାତିରୁ ତଳମୁଣ୍ଡରେ ଥିବା ଜୁନାଗଡ଼ ସହର ନିକଟିସ୍ଥ ହାତୀନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସେହିପରି ସେଠାରେ ଥିବା ଚାଷ ଜମିଗୁଡିକ ମଧ୍ୟ ଜଳମଗ୍ନ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ହାତୀନଦୀର ଏହା ସବୁଠୁ ବଡ଼ ବନ୍ୟା ବୋଲି ଜଣାପଡ଼ିଛି।