ମାଲେସିୟାରେ ପ୍ରଳୟଙ୍କରୀ ବନ୍ୟା, ବାସହରା ହେଲେ ୨୨ ହଜାରରୁ ଊର୍ଦ୍ଧ୍ୱ

କୁଆଲା ଲମପୁର,୨୦ ।୧୨: ମାଲେସିୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିଛି । ଆଉ ଏହି ବନ୍ୟାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିବା ସହ ୨୨ ହଜାରରୁ ଅଧିକ ଲୋକ ବାସହରା ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆସିଥିଲା । ଏଥିରେ ୨୨ ହଜାରରୁ ଅଧିକ ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନେକ ଅଞ୍ଚଳ ସହ କିଛି ସହର ମଧ୍ୟ ଏହି ବନ୍ୟାରେ ଜଳମଗ୍ନ ହୋଇଯାଇଛି । ଅନେକ ସ୍ଥାନରେ ରାସ୍ତା ଧୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଗାଡି ଗୁଡିକ ଫସି ରହିଛି ।

Share