ବୈତରଣୀରେ କମୁଛି ବନ୍ୟାଜଳ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲା ବୈତରଣୀ ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଶନିବାର ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର, ୮ଟା ସୁଦ୍ଧା ୧୮.୦୯ ମିଟର, ୯ଟା ସୁଦ୍ଧା ୧୮.୦୫ ମିଟର, ୧୦ଟା ସୁଦ୍ଧା ୧୮.୦୦ ମିଟର ଥିବା ଜଣାପଡିଛି। ଏହାକୁ ଅନୁଧ୍ୟାନ କଲେ ବନ୍ୟାଜଳ ପ୍ରତି ଘଣ୍ଟାରେ କମୁ ଥିବା ଜଣାପଡିଛି।