ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୩୧।୭(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୫.୧୦ ଫୁଟ୍‌ ରହିଛି। ବାମ ପାର୍ଶ୍ୱର ୫ ଓ ଡାହାଣ ପାର୍ଶ୍ୱର ୩ ଗେଟ୍‌ ଖୋଲା ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ୨୨୮ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧ ଲକ୍ଷ ୩୭ ହଜାର ୬୧୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ୮ ଗେଟ ଦେଇ ୧ ଲକ୍ଷ ୧୫ ହଜାର ୫୭୬, ପାୱାର ଚ୍ୟାନେଲ ୧୮ ହଜାର ୨୧୨, ଶିଳ୍ପାଞ୍ଚଳ ୨୭୨, ଚାଷ ପାଇଁ ବିଭିନ୍ନ କେନାଲରେ ୩୫୫୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବେଲଗାଁରେ ୨୧ ହଜାର, ପର୍ଥଲାରେ ୩୨ ହଜାର ୬୯, ଖଇରମାଲରେ ୧ ଲକ୍ଷ ୯୮ ହଜାର, ବରମୁଲାରେ ୨ ଲକ୍ଷ ୪୨ ହଜାର ଓ ମୁଣ୍ଡଳୀରେ ୨ ଲକ୍ଷ ୩୬ ହଜାର ୧୯୨ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ୧୨.୬୫, ତଳ ମୁଣ୍ଡରେ ୨୦.୫୩ ମିମି ବର୍ଷା ହୋଇଛି।

Share