କାଣୀନଦୀରେ ଘାଇ: ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବନ୍ୟା ପାଣି ପ୍ରବାହିତ

ଯାଜପୁର ଅଫିସ,୨୮ା୫: ଯାଜପୁର ଜିଲା ବୈତରଣୀ ନଦୀର ଶାଖା କାଣୀନଦୀର ମଲ୍ଲିକାପୁର ନିକଟରେ ଘାଇ ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନ ୮ଟା ସୁଦ୍ଧା ଦଶରଥପୁରଠାରେ ବିପଦ ସଙ୍କେତଠାରୁ ୨ ମିଟର ଊଦ୍ଧର୍‌ବରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତଠାରୁ ୯.୫୨ ମିଟର ରହିଥିବାବେଳେ ଜଳପତ୍ତନ ୧୧.୬୦ ମିଟରରେ ରହିଛି। ତେବେ ଉପରମୁଣ୍ଡ ବଲ୍ଲଭିଘାଟ, ଆଖୁଆପଦା, ଆନନ୍ଦପୁରଠାରେ ଜଳପତ୍ତନ ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତି ସୁଧୁରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ କାଣୀନଦୀରେ ଘାଇ ଯୋଗୁ ଶତାଧିକ ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଥିବା ସୂଚନା ମିଳିଛି।

Share