ବୁଢ଼ାବଳଙ୍ଗରେ ବନ୍ୟା ଜଳ: ଜଳକା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି

ବାଲେଶ୍ୱର ଅଫିସ,୨୦ା୮: ଦୁଇଦିନ ଧରି ଲଗାଣ ଏବଂ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତର ୯ ନଂ. ଓ୍ବାର୍ଡ ନନ୍ଦଚକ (ଜଙ୍ଗଲ ଘେରି) ସମ୍ପୂର୍ଣ୍ଣ ଜଳମଗ୍ନ। ଫଳରେ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ନଦୀର ଜଳସ୍ତର ବୃଦ୍ଧି ହେବାରୁ କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଅନ୍ୟପକ୍ଷରେ ଜଳକା ଏବଂ ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ସଜାଗ ଥିବା ସହିତ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ପ୍ରକାଶ।