ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ଛଡାଯାଇପାରେ ବନ୍ୟାଜଳ: ଦିଆଗଲା ସତର୍କ ସୂଚନା

ସମ୍ବଲପୁର,୬।୬(ବ୍ୟୁରୋ): ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଏ ନେଇ ହୀରାକୁଦ ବନ୍ଧ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତ। ଏନେଇ ତଳମୁଣ୍ଡର ୧୨ଟି ଜିଲାର ଜିଲାପାଳ ଓ ଏସ୍‌ପିଙ୍କୁ ଆଗୁଆ ସତର୍କ କରାଯାଇଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏ ମହାନଦୀରେ ଚଳପ୍ରଚଳ ଓ ବ୍ୟବାହରରେ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ଦୁଇ ଥର ସାଇରନ ବାଜିବା ସହ ବନ୍ୟାଜଳ ଛଡାଯିବ । ଫଳରେ ଆଗୁଆ ସତର୍କ ରହି ନିଜ ଜିଲା ଗୁଡିକରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି ।

Share