ଆରମ୍ଭରୁ ଫ୍ଲପ୍‌, ତା’ ପରେ..

ନୋରା ଫତେହି ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ଥିଲା ‘ରୋର୍‌ : ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନସ୍‌’। ହେଲେ ଏହାକୁ ନେଇ ତାଙ୍କର ଯେଉଁ ଆଶା ଥିଲା ତାହା ପାଣି ଫୋଟକା ପରି ମିଳେଇ ଯାଇଥିଲା। ଅର୍ଥାତ୍‌ ପ୍ରଥମ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। କିନ୍ତୁ ଏଥିରେ ଭାଙ୍ଗି ପଡ଼ି ନ ଥିଲେ ନୋରା। ଆରମ୍ଭରୁ ବିଫଳତାର ସ୍ବାଦ ଚାଖିଥିଲେ ମଧ୍ୟ ନିଜ ମାନସିକ ସ୍ତରକୁ ଦୃଢ଼ ରଖିଥିଲେ। ଏ ନେଇ ନୋରା କହନ୍ତି, ‘ମୋର ଡେବ୍ୟୁ ସିନେମା ଫ୍ଲପ୍‌ ହୋଇଥିଲା। ତା’ପରେ ମୁଁ ଟିକେ ନିରାଶ ହୋଇଥିଲି। କିନ୍ତୁ ଏହି ଫ୍ଲପ୍‌ ଫିଲ୍ମ ମୋ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା ବୋଲି କହିବି। ଏହାପରେ ମୋତେ ବ୍ୟାକ୍‌-ଟୁ-ବ୍ୟାକ୍‌ ଆଠଟି ଅଫର ମିଳିଥିଲା। ମୁଁ ମାନୁଛି, ମୁଁ ନିଜକୁ ନାୟିକା ଦୌଡରେ ସାମିଲ କରିପାରିନାହିଁ। ହେଲେ ଏ ନେଇ ମୁଁ ମନ ଦୁଃଖ କରୁନାହିଁ। ବଲିଉଡ୍‌ରୁ ମୁଁ ଏ ପର୍ଯ୍ୟନ୍ତ ଯାହା ପାଇଛି ତାହା ମୋ ପାଇଁ ଯଥେଷ୍ଟ। କାରଣ ମୁଁ ବଡ଼ ଆଶା ନେଇ ଆସିନାହିଁ। ଦର୍ଶକଙ୍କ ଭଲ ପାଇବା ମୋ ପ୍ରତି ରହିଛି। ତାହା ଯେତେଦିନ ପର୍ଯ୍ୟନ୍ତ ଥିବ ସେତେଦିନ ପର୍ଯ୍ୟନ୍ତ ମୁଁ ବଲିଉଡ୍‌ରେ ତିଷ୍ଠି ରହିଥିବି।’

Share