ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ

ଖୋର୍ଦ୍ଧା ଅଫିସ,୧।୨: ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ସର୍ଭେ କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇଛି । ଚିଲିକାରେ ଜୈବ ବିବିଧତା ଜାଣିବା ପାଇଁ ଜଳଜ ଉଦ୍ଭିଦ ଓ ଚିଲିକାରେ ବାସ କରୁଥିବା ପ୍ରାଣୀ ମାନଙ୍କର ସର୍ଭେ ଆରମ୍ଭ କରାଯାଇଛି। ଏହି ସର୍ଭେ ଚିଲିକା ଭିତରେ ଦେଖାଯାଉଥିବା ବୃକ୍ଷ ଲତା, ମାଛ, ଚିଙ୍ଗୁଡ଼ି, ଡ଼ଲଫିନ , ପକ୍ଷୀ ଆଦି ଜୀବ ଜଗତର ଗଣନା କରାଯିବ। ସାତପଡ଼ା ପଟୁ ୧୧ଟି ଟିମ୍‌ ଏବଂ ବାଲୁଗାଁ ପଟୁ ୧୭ଟି ଟିମ୍‌କୁ ମିଶାଇ ମୋଟ ୨୮ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଟିମ୍‌ରେ ୪ ଜଣ ଲେଖାଏଁ ରହିଛନ୍ତି।

Share