ରାଷ୍ଟ୍ରପତି ଦୌଡ଼ରେ ଫ୍ଲୋରିଡା ଗଭର୍ନର ସାମିଲ: ଟ୍ରମ୍ପଙ୍କ ପାଇଁ ସୃଷ୍ଟି ହୋଇପାରେ ଆହ୍ବାନ…

ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଭର୍ନର ରୋନ ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିପବ୍ଲିକାନ ପାର୍ଟି ମଧ୍ୟରେ ରୋନଙ୍କ ଦାବି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ଆହ୍ବାନ ଭାବରେ ବିବେଚନା କରାଯାଉଛି। ଏହା ବ୍ୟତୀତ ଗଣତାନ୍ତ୍ରିକ ପ୍ରାର୍ଥୀମାନେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିପାରିବେ। ସମ୍ପ୍ରତି ହୋଇଥିବା ସର୍ଭେରୁ ଜଣାପଡିଛି ଡିସାଣ୍ଟିସ ଟ୍ରମ୍ପଙ୍କୁ ବଡ଼ ବ୍ୟବଧାନରେ ପଛରେ ପକାଇ ପାରିବାର ଆଶା କରାଯାଉଛି। ନ୍ୟୁୟର୍କରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଅପରାଧିକ ଅଭିଯୋଗ ସମେତ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛି ।

ଗୁରୁବାର ଟୁଇଟରରେ ରୋନ ଡିସାଣ୍ଟିସ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ ଟୁଇଟ କରିଛନ୍ତି ମୁଁ ଗ୍ରେଟ ଆମେରିକାର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛି। ଯଦି ତୁମେ ମୋତେ ମନୋନୀତ କର, ମୁଁ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବି।

Share