ପେସା ମାଛ ବ୍ୟବସାୟ, ନିଶା ଫୁଲ ଉଦ୍ୟାନ

ପାରାଦୀପ,୧୬।୨ (ଶରତ ରାଉତ): ଘର ଆଗରେ ଫୁଲ ଗଛଟିଏ ଥିଲେ ତାକୁ ଦେଖି ମନ ଟିକିଏ ପୁଲକିତ ହୁଏ। ଆଉ ଯଦି ରଙ୍ଗ ବେରଙ୍ଗର ଫୁଲ ଓ ବାସ୍ନା ଗୋଟିଏ ଜାଗାରେ ଦେଖିବାକୁ ମିଳେ ସେଠାରେ ଆପଣା ଛାଏଁ କିଛି ସମୟ ଅଟକି ଯିବାକୁ ମନହୁଏ। ସେଥିପାଇଁ ପ୍ରାୟତଃ ସରକାରୀ ବେସରକାରୀ ଅଫିସ, ଅତିଥି ଭବନ, ଆଗରେ ଫୁଲ ବଗିଚା କରାଯାଇଛି। କିନ୍ତୁ ପାରାଦୀପର ଜଣେ ମାଛ ବ୍ୟବସାୟୀ ତାଙ୍କର ନିଜ ଘର ଛାତ ଉପରେ ଏମିତି ଫୁଲ ସମ୍ଭାର କରିଛନ୍ତି ଯେ କେହି ତାକୁ ଦେଖି ଖୁସି ଅନୁଭବ କରିବ। ସେ ହେଉଛନ୍ତି ତୈଳ ବିଶୋଧନାଗାର ରାସ୍ତା ପାଖରେ ଥିବା ନିମିଢି ଗାଁର ଗୟାଧର ତରାଇ। ତାଙ୍କର ଏହି ଫୁଲ ବଗିଚା କରିବା ନିଶା ତାଙ୍କୁ ଭିନ୍ନ ପରିଚୟ ଦେଇଛି। ଅପରାହ୍ନ ହେଲେ କେତେଜଣ ସରକାରୀ ଅଫିସର, ତୈଳ ବିଶୋଧନାଗାର ଅଫିସର କର୍ମଚାରୀ ଓ ସାଧାରଣ ଲୋକ ତାଙ୍କ ଫୁଲ ବଗିଚା ଦେଖିବା ପାଇଁ ଯାଉଛନ୍ତି। ସେ ଛାତ ଉପରେ ପ୍ରାୟ ହଜାରରୁ ଅଧିକ ଫୁଲ କୁଣ୍ଡିଆରେ ଫୁଲ ବଗିଚା ସଜାଇଛନ୍ତି। ଛାତ ବ୍ୟତୀତ ପାଚେରି ଉପରେ, ଘର ଆଗ ଓ ସମ୍ମୁଖ ରାସ୍ତାରେ ମଧ୍ୟ ଫୁଲ ଗଛ ରହିଛି। ଏବେ ଶୀତଦିନେ ଉକ୍ତ ଫୁଲଗଛଗୁଡ଼ିକରେ ଅଧିକ ରଙ୍ଗ ବିରଙ୍ଗର ଫୁଲ ଫୁଟିଛି। ସେଥିମଧ୍ୟରେ ଡାଲିଆ ୩୦ ପ୍ରକାର, ସେବତୀ ୧୫ ପ୍ରକାର, ଦେଶୀ ଗୋଲାପ ପ୍ରାୟ ୫ ପ୍ରକାର ରଙ୍ଗର ରହିଛି। ଏହାଛଡ଼ା ଚେରୀ, କେଳିକୁସୁମ, ଗେଣ୍ଡୁ, ଇନକା, ମୁର୍ଗା, ସଦାବିହାରୀ, ଆଷ୍ଟ୍ରୋ, ସାଲିମିଆ, ଟିକିନିଆ, ମନ୍ଦାର, ଭଳି ଅନେକ ପ୍ରଜାତିର ଫୁଲ ଫୁଟିଛି। ଏପରି ବଗିଚା କରିବା ସମ୍ପର୍କରେ ଗୟାଧର କୁହନ୍ତି, ୨୦୦୪ରେ ଘର କରିବା ପରେ ପ୍ରଥମେ ହାତଗଣତି ଫୁଲକୁଣ୍ଡ ରଖିଥିଲି। ପରବର୍ତ୍ତୀ ସମୟରେ ତାହା ବୃଦ୍ଧି ପାଇବାରେ ଲାଗିଛି।ଏପରିକି ଏବେ ନିଶାରେ ପରିଣତ ହୋଇଗଲାଣି। କେଉଁଠି ଭଲ ଫୁଲ ଚାରା ଦେଖିଲେ ତାକୁ ସଂଗ୍ରହ କରିଥାଏ। ଫୁଲ ଗଛର ଯତ୍ନ ନେବା ପାଇଁ ରାତି ୩ ଟାରୁ ଉଠି କାମରେ ଲାଗିଯାଏ। ସକାଳ ୫ ଟା ସୁଦ୍ଧା କାମ ସାରି ମାଛ ବେପାର ପାଇଁ ପାରାଦୀପ ମାଛଧରା ବନ୍ଦର ଯିବାକୁ ପଡୁଛି। ସେଠାରୁ ସାରେ ଫେରିବା ପରେ ପୁଣି ଗଛ ସେବାରେ ନିୟୋଜିତ ହୋଇଥାଏ।ଏଥିରେ ସ୍ତ୍ରୀ ରୀନାବତୀଙ୍କର ମଧ୍ୟ ଅନେକ ଅବଦାନ ରହିଛି। ବେଳେବେଳେ ସେ ଆବଶ୍ୟକ ଅନୁସାରେ ପାଣି ଦେଇଥାନ୍ତି। ଏସବୁ ଫୁଲ ଗଛକୁ ଦେଖିଲେ ଭାରି ଭଲ ଲାଗେ ଏପରିକି ମୋର ମାନସିକ ଚାପ ମଧ୍ୟ ଅନେକ ସମୟ କମିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri