Categories: ଫୁରସତ

ତାସ୍‌ରେ ତିଆରି ଫ୍ଲାଓ୍ବାର ଭେସ୍‌

ଏହି ଫ୍ଲାଓ୍ବାର ଭେସ୍‌ଗୁଡିକୁ ଦେଖିଲେ ଭାବିବେ ଚାଇନାର ସେରାମିକ୍‌ ଭେସ୍‌୍‌ ବୋଲି। ହେଲେ ଏଗୁଡିକ ସେରାମିକରେ ତିଆରି ନୁହେଁ। ବରଂ ଜଣେ କଳାକାର ଏହାକୁ ତିଆରି କରିଛନ୍ତି ତାସ୍‌ରେ। ତାସ୍‌ ପତାକୁ ଭିନ୍ନ ଶୈଳୀରେ ଫୋଲ୍ଡ କରି ତାକୁ ଗୋଟିକ ଉପରେ ଗୋଟିଏ ଖଞ୍ଜି କରି ରଖି ସେ ଏହି ଭେସ୍‌ଗୁଡିକ ତିଆରି କରିଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଚାଇନା, କିଆଂଜିଆଂର ୬୫ ବର୍ଷ ବୟସ୍କ ଝାଙ୍ଗ କେହୁଆ। ସେ ପେସାରେ ଜଣେ ଘର ତିଆରି କରୁଥିବା ମିସ୍ତ୍ରି। ଏବେ ବୟସ ହେବାରୁ ସେ ଏହି କାମ ଆଉ କରୁ ନାହାନ୍ତି। ତେଣୁ ଅବସର ସମୟରେ ସେ ପୁରୁଣା ପ୍ଲାଷ୍ଟିକ ତାସ୍‌ ପତାକୁ ଫୋଲ୍ଡ କରି ଏହି ଭେସ୍‌ଗୁଡିକୁ ତିଆରି କରୁଛନ୍ତି। ଏହି ଭେସ୍‌ଗୁଡିକରେ ସୁନ୍ଦର କାରୁ କାର୍ଯ୍ୟ ବି ଦେଖିପାରିବେ। ତାଙ୍କ କାରୁକାର୍ଯ୍ୟ ଭିତରେ ୧୦୬ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଭେସ୍‌ ବି ରହିଛି। ଏଥିରେ ସେ ୫୦୦୦ରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ୍‌ ତାସ ପତା ବ୍ୟବହାର କରିଛନ୍ତି। ଆଉ ଏହାକୁ ଶେଷ କରିବା ପାଇଁ ତାଙ୍କୁ ଏକ ସପ୍ତାହ ଲାଗିଯାଇଥିଲା।

 

Share