ଶୌଚାଳୟରେ ଫୁଲଚାରା ବେପାର

ରାଉରକେଲା,୨୯।୯(ଦିନେଶ ମିଶ୍ର): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡିକୁ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଠିକା ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସହରରେ ଏଭଳି ଅନେକ ଶୌଚାଳୟ ରହିଛି ଯେଉଁଠି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶୌଚାଳୟ ପରିସରରେ ଫୁଲଚାରା, ବିଡି ଓ ଗୁଟଖା ବ୍ୟବସାୟ ମଧ୍ୟ ଚାଲିଛି। ରାଉରକେଲା ଉଦିତନଗର ସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଶୌଚାଳୟ, ଡିଏଭି ଛକ ଓ ଏସ୍‌ଟିଆଇରେ ଥିବା ସର୍ବସାଧାରଣ ଶୌଚାଳୟରେ ଏଭଳି ଦେଖିବାକୁ ମିଳିଛି।
ଉଦିତନଗରସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶୌଚାଳୟ ପରିସରକୁ ଜଣେ ବ୍ୟବସାୟୀ କବ୍‌ଜା କରି ଫୁଲଚାରା ବ୍ୟବସାୟ କରୁଛନ୍ତି। ଶୌଚାଳୟରେ ସ୍ନାନ ଓ ଶୌଚ ପାଇଁ କେତେ ଟଙ୍କା ଦେବାକୁ ପଡିବ ସେ ନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଫଳରେ କୌଣସି ଲୋକେ ଏହି ଶୌଚାଳୟକୁ ଆସିଲେ ସେମାନଙ୍କଠାରୁ ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବା ଅଭିଯୋଗ ହୋଇଛି। ସେହିପରି ଶୌଚାଳୟ ଭିତରେ ସାବୁନ କି ଫିନାଲଇ ବ୍ୟବସ୍ଥା କରାଯାଇନାହିଁ। ସେହିପରି ବାଲ୍‌ଟି କି ମଗ୍‌ ନ ଥିବାରୁ ଏକ ପ୍ଲାଟିକ ରଙ୍ଗଡବା କାଟି ବ୍ୟବହାର କରାଯାଉଛି। ଶୌଚାଳୟ ଭିତରେ ଏକ କମମୋଡ୍‌ ଭଗ୍ନ ଅବସ୍ଥାରେ ପଡିରହିଛି। ଶୌଚାଳୟ ଭିତରେ କିଛି ସ୍ଥାନୀୟ ବ୍ୟବସାୟୀଙ୍କ ଖଟିଆ, ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଛି। ଫଳରେ ଏଠାକୁ ଶୌଚ ହେବାକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି।
ସେହିପରି ବାସନ୍ତୀ କଲୋନୀ ଡିଏଭି ଛକ ଶୌଚାଳୟରେ ବିଡି ଓ ସିଗାରେଟ୍‌ ବିକ୍ରି କରାଯାଉଛି। ଯଦି ଉକ୍ତ ଶୌଚାଳୟକୁ କେହି ଶୌଚ ହେବାକୁ ଆସନ୍ତି ସେମାନଙ୍କୁ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଠାରେ ସାମନ୍ୟ ଟଏଲଟ୍‌ ପାଇଁ ଜଣଙ୍କ ପିଛା ୫ ଟଙ୍କା ଦେବାକୁ ପଡୁଛି। ଏସ୍‌ଟିଆଇ ଛକରେ ଥିବା ସର୍ବସାଧାରଣ ଶୌଚାଳୟରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଏହି ଶୌଚାଳୟରେ ଲାଗିଥିବା ପାଣିଟ୍ୟାପ୍‌ ଗୁଡିକ ଚୋରି ହୋଇଯାଇଛି। ଏଠାରେ ଶୌଚ ହେବା ପାଇଁ କୌଣସି ଆନୁଷଙ୍ଗିକ ଜିନିଷ ନାହିଁ କି କୌଣସି ସୂଚନା ଫଳକ ମଧ୍ୟ ନାହିଁ। ଏହି ଅଞ୍ଚଳରେ ଏକ ଗୋଦାମ ପାର୍କିଂ ସ୍ଥଳ ଥିବାବେଳେ ଗାଡ଼ିଚାଳକମାନେ ଏଠାରେ ଶୌଚ ହେବା ପାଇଁ ଶୋଷଣର ଶିକାର ହେଉଛନ୍ତି। ରାତି ହେଲେ ସର୍ବସାଧାରଣ ଶୌଚାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଆରଏମସି ପକ୍ଷରୁ ଖୋଲାଯାଇଥିବା ଶୌଚାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମହାନଗର ନିଗମ କର୍ତ୍ତୃପକ୍ଷ ନେଲେ ଏଭଳି ଅସୁବିଧା ହୁଅନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ ଆର୍‌ଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ଏ ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ଶୌଚାଳୟରେ ଏଭଳି ବ୍ୟବସାୟୀକରଣ ଓ ଅବ୍ୟବସ୍ଥା ଦେଖିବାକୁ ମିଳିବ ତେବେ ଆମେ ଏ ନେଇ ତୁରନ୍ତ ଉଚିତ ପଦକ୍ଷେପ ନେବୁ। ସର୍ବସାଧାରଣ ବ୍ୟବହାର ପାଇଁ ହୋଇଥିବା ଶୌଚାଳୟରେ ଅନିୟମିତତା କରୁଥିବା ଠିକା ସଂସ୍ଥା ଓ ଏସ୍‌ଏଚ୍‌ଜିକୁ ଏ ନେଇ ଅବଗତ କରାଇବୁ ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ଯୋଗୁ ଭାଙ୍ଗିଲା ସୀମାପାର ବିବାହ: ପାକିସ୍ତାନ ଯାଉଥିବା ବରଙ୍କୁ ଅଟ୍ଟାରିରୁ ଫେରାଇଦିଆଗଲା

ବାର୍‌ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ...

ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ...

ମୁଁ ଭାରତର ବୋହୂ, ମୋତେ ଏଠି ରଖ: ମୋଦି-ଯୋଗୀଙ୍କୁ ଏମିତି କହି ନିବେଦନ କଲେ ସୀମା ହାଇଦର

ଲକ୍ଷ୍ନୌ,୨୬।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନୀ ନାଗରିକଙ୍କ ଭିଜା ବାତିଲ କରିଛନ୍ତି। ଭାରତରେ ରହୁଥିବା...

ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ...

ଆସନ୍ତା ୧ରୁ ଜୁନ୍‌ ଯାଏ ଚାଲିବ ରବି ଋତୁ ଧାନକିଣା

ଭୁବନେଶ୍ୱର, ୨୬ା୪(ସୁନିତ୍‌ ମିଶ୍ର):ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍‌ ଧାନ ସଂଗ୍ରହ...

‘ଘଟଣାର ଜଡ଼ରେ ପହଞ୍ଚିବା ସାମ୍ବାଦିକଙ୍କ ଦାୟିତ୍ୱ’

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା):ସାମ୍ବାଦିକତା ହେଉଛି ସର୍ବପୁରାତନ ଜୀବିକା। କାହିଁ କେଉଁ କାଳରୁ ମଣିଷ ହୁଅନ୍ତୁ ବା ପ୍ରାଣୀ ଜୀବନ ଜୀବିକା ନିର୍ବାହ ପାଇଁ ଖାଦ୍ୟ ସମ୍ପର୍କରେ ସାଥୀଙ୍କୁ...

ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫିକି ସହଯୋଗରେ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରଠାରେ ଶୁକ୍ରବାର ‘ଇଣ୍ଡିଆ ଷ୍ଟିଲ-୨୦୨୫’ ରାଉଣ୍ଡ୍‌ ଟେବୁଲ ସମ୍ମିଳନୀ...

କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image