Posted inଫୁରସତ

ଅମୃତଭଣ୍ଡାରେ ଫୁଲ

ଅମୃତଭଣ୍ଡାକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ ଏହାକୁ ନେଇ କଳାକୃତୀ ବି ଗଢାଯାଏ ତାହା ହୁଏତ ଅନେକେ ଜାଣି ନ ଥିବେ। ଭିଏତନାମରେ କଞ୍ଚା ଅମୃତଭଣ୍ଡାକୁ ବ୍ୟବହାର କରି ସୁନ୍ଦର ଫୁଲର କଳାକୃତୀ ତିଆରି କରିବା ଏକ ପାରମ୍ପରିକ କଳା। କିନ୍ତୁ ଏବେ ଏହାର ସତ୍ତା ଦିନକୁ ଦିନ ହଜିବାକୁ ଲାଗିଲାଣି। ହେଲେ ହାନୋଇର ନୁୟେନ ଥି ଥୁ ହେଉଛନ୍ତି ଏମିତି ଜଣେ ମହିଳା ଯେକି ହଜି ଯାଉଥିବା ଏହି କଳାକୁ ବଞ୍ଚାଇ ରଖିବା ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍ତି। ସେ ଏଥିରେ ଏତେ ସୁନ୍ଦର ଓ ଜୀବନ୍ତ ଫୁଲ ତିଆରି କରୁଛନ୍ତି ଯେ, ତାହା ସବୁ ସତସତିକା ଫୁଲ ପରି ହିଁ ଲାଗେ। ଏଥିପାଇଁ ସେ କଞ୍ଚା ସବୁଜ ଅମୃତଭଣ୍ଡା ଆବଶ୍ୟକ କରନ୍ତି। କଳାକୃତୀ ଗଢିବା ପୂର୍ବରୁ ସେ ଏହାକୁ ମଝିରୁ ଦୁଇ ଫାଳ କରି କାଟି ଥଣ୍ଡା ପାଣିରେ ଏକ ଘଣ୍ଟା ବୁଡାଇ ରଖନ୍ତି। ମଞ୍ଜି ବାହାର କରି ଛୁରୀ ସାହାଯ୍ୟରେ ଅମୃତଭଣ୍ଡାକୁ ପତଳା ପତଳା କାଟନ୍ତି। କଇଁଚିରେ ସେସବୁକୁ କାଟି ପାଖୁଡାର ରୂପ ଦିଅନ୍ତି। ଚପ୍‌ଷ୍ଟିକ୍‌ ମାଧ୍ୟମରେ ପାଖୁଡାକୁ ମୋଡନ୍ତି। ପରେ ଫୁଡ କଲର୍‌ରେ ପାଖୁଡ଼ାଗୁଡିକୁ ରଙ୍ଗ ଦେଇ ସତସତିକା ଫୁଲର ରୂପ ଦିଅନ୍ତି। ପଦ୍ମ, କଇଁ ପରି ନାନା ପ୍ରକାରର ଫୁଲ ସେ ଅମୃତ ଭଣ୍ଡାରେ କରି ପାରନ୍ତି। ଆଉ ତା’ର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି। ଗୋଟିଏ ଫୁଲ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗେ। ସେ କୁହନ୍ତି, ଏହି ଫୁଲକୁ ଫ୍ରିଜ୍‌ରେ ରଖିଲେ ଅଧିକ ସମୟ ରହିପାରେ। ତେବେ ପ୍ରଦର୍ଶନୀରେ ପ୍ରଦର୍ଶିତ କଲାବଳେ ଏହାକୁ ଖରାଠୁ ଦୂରରେ ରଖିବାକୁ ଚେଷ୍ଟା କରେ। ଏହାଛଡ଼ା ମୋ କଳାକୁ ଅଧିକ ସମୟ ବଞ୍ଚାଇ ରଖିବା ଲାଗି ମୁଁ ବିଭିନ୍ନ ପ୍ରିଜରଭେଟିଭ୍‌ସ ଉପରେ
ଗବେଷଣା କରୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri