ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…

ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର ବୋଲି ଜଣାପଡ଼ିଛି।
ଏକ ଗାଈ ଚରୁଥିବା ବେଳେ ପାହାଡ ଉପରକୁ ଚଢ଼ିଯାଇଥିଲା। ସେଠାରୁ ଗାଈଟି ଆଉ ତଳକୁ ଆସିପାରି ନ ଥିଲା। ତା’ର ଗୋଡରେ ଆଘାତ ଲାଗିଥିବାରୁ ସେ ଠିକ୍‌ ଭାବେ ଚାଲି ମଧ୍ୟ ପାରୁ ନ ଥିଲା। ତେଣୁ ଚାଷୀ ନିଜ ଗାଈକୁ ପାହାଡ ଉପରୁ ସୁରକ୍ଷିତଭାବେ ତଳକୁ ଆଣିବା ପାଇଁ ଏକ ହେଲିକପ୍ଟରର ସହାୟତା ନେଇଥିଲେ। ଗାଈଟିକୁ ହେଲିକପ୍ଟର ସହାୟତାରେ ପାହାଡ଼ ତଳକୁ ଅଣାଗଲା। ତେବେ ଗାଈଟି ଆକାଶରେ ଉଡିବା ସମୟରେ ଆଦୌ ହେଲେ ଭୟଭୀତ ହୋଇ ନ ଥିଲା। ବରଂ ସେ ବହୁତ ଖୁସି ଥିବା ପରି ମନେ ହେଉଛି। ଏହି ରେସ୍କ୍ୟୁ ଅପରେଶନର ଭିଡିଓ ଏବିସି ନ୍ୟୁଜ ଟୁଇଟରରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ସ୍ବିଜରଲାଣ୍ଡର ଜଣେ ଚାଷୀ ନିଜର ଗାଈକୁ ବଞ୍ଚାଇବା ପାଇଁ ହେଲିକପ୍ଟରର ସହାୟତା ନେଇଛନ୍ତି। ଏଥିସହ ସେ ନିଜ ଗାଈକୁ ବିମାନ ଉଡାଣ କରାଇଛନ୍ତି। ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

Share