Categories: ଫୁରସତ

ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଭିଡିଓ ଭାଇରାଲ ପରେ ଅବାକ ହେଲେ ଲୋକେ…

ସାଇକେଲ କିମ୍ବା ବାଇକ୍‌ ନୁହେଁ, ଉଡି ଉଡି ପାର୍ସଲ ଦେବାକୁ ପହଞ୍ଚିଲେ ବ୍ୟକ୍ତି। କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କାରଣ ପାଲଟିଛି। ଭିଡିଓଟିକୁ ଯେକେହି ଦେଖୁଛି ଚକିତ ହେଉଛି। କାରଣ ବ୍ୟକ୍ତିଜଣଙ୍କ ଠିକ୍‌ ପ୍ରଜାପତି ଭଳି ଉଡି ଆସି ପାର୍ସଲ ଡେଲିଭରି କରୁଥିବା ନଜର ଆସୁଛନ୍ତି।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓଟି ଦୁବାଇର। ଏଥିରେ ଅନେକ ବ୍ୟବହାରକାରୀ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି, ଆମର ଡେଲିଭରି ବଏ ମାନେ ଅନେକେ ଥର ସାଇକେଲରେ ଆସୁଛନ୍ତି। କମ୍ପାନୀଗୁଡ଼ିକୁ ଏଭଳି ଟେକ୍ନୋଲୋଜି ଉପରେ ଧ୍ୟାନ ଦେବା ଉଚିତ। ସେହିଭଳି ଜଣେ ଅନ୍ୟ ବ୍ୟବହାରକାରୀ ଲେଖିଛନ୍ତି ଏହା ଅସାଧାରଣ ଫିଚର।

ଏଯାବତ ଭିଡିଓଟିକୁ ୮ ଲକ୍ଷରୁ ଅଧିକ ଲୋକ ପସନ୍ଦ କରସାରିଲେଣି। ଆପଣ ବି ଦେଖନ୍ତୁ:

Share