Categories: ଜାତୀୟ

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ଉପରେ କିଛି କହିନଥିଲେ ସ୍ମୃତି ଇରାନୀ, ଆଉ ଏବେ…

ନୂଆଦିଲ୍ଲୀ,୧୦।୮: ଫ୍ଲାଇଙ୍ଗ କିସ୍‌ ବିବାଦ ଉପରେ ଗୁରୁବାର ଟିଏମସି ଏମ୍‌ପି ମହୁଆ ମୈଇତ୍ରା କହିଛନ୍ତି, ଯେତେବେଳେ ଭାରତୀୟ ଜନତା ପାର୍ଟି ଏମ୍‌ପିଙ୍କ ଉପରେ ଆମର କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ସେତେବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କିଛି କହିନଥିଲେ। ଆଉ ଏବେ ଫ୍ଲାଇଙ୍ଗ କିସ୍‌ ଉପରେ କହୁଛନ୍ତି। ବୁଧବାର ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଯେ, ସଂସଦରୁ ଯିବା ସମୟରେ ସେ ଫ୍ଲାଇଙ୍ଗ କିସ୍‌ର ଇସାରା କରିଛନ୍ତି। ଏହା ପରେ ବହୁ ମହିଳା ଭାଜପା ଏମ୍‌ପି ମଧ୍ୟ ରାହୁଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି, ଯେଉଁଠାରେ ଭାଜପା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଥିବାବେଳେ ଅନେକ ବିରୋଧୀ ଏମ୍‌ପି ରାହୁଲଙ୍କ ସମର୍ଥନରେ ଆସିଛନ୍ତି।

Share