ବେଙ୍ଗାଲୁରୁ: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସ୍ର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ବେଙ୍ଗାଲୁରୁର ଏରୋ ଇଣ୍ଡିଆରେ ଗୋଟିଏ ଇଲେକ୍ଟ୍ରିକ୍ ଉଡ଼ନ୍ତା ଟାକ୍ସିର ଏକ ପ୍ରୋଟୋଟାଇପ୍ର ପ୍ରଦର୍ଶନ କରିଛି। କୁହାଯାଉଛି କି, ରାସ୍ତାରେ ଚାଲୁଥିବା କାର୍ ଅପେକ୍ଷା ଏହା ୧୦ ଗୁଣ ଅଧିକ ବେଗରେ ଚାଲିପାରିବ। ଏଥିସହ ଉଡ଼ନ୍ତା କାର୍ ହେଲିକପ୍ଟରଠାରୁ ମଧ୍ୟ ଅଧିକ ଜୋରରେ ଗତି କରିପାରିବ। ଇ-ପ୍ଲେନ୍ କମ୍ପାନୀ ଅନୁସାରେ, ଏହି ଟାକ୍ସି ଥରେ ପୂରା ଚାର୍ଜ ହେବା ପରେ ୨୦୦ କିମି ପର୍ଯ୍ୟନ୍ତ ଯାଇପାରିବ। ସତ୍ୟ ଚକ୍ରବର୍ତ୍ତୀ ଏବଂ ପ୍ରାଞ୍ଜଳ ମେହେତା ଏହି ଟାକ୍ସି ପ୍ରସ୍ତୁତକାରୀ କମ୍ପାନୀ ସ୍ଥାପନ କରିଛନ୍ତି। କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମେହେତାଙ୍କ କହିବା ଅନୁଯାୟୀ, ଏହି ଟାକ୍ସିର ଆକାର ଛୋଟ ହୋଇଥିବାବେଳେ ଏଥିରେ ଯାତ୍ରା କରିବା ସହଜ ଏବଂ ଅଳ୍ପ ବ୍ୟୟଯୁକ୍ତ। ଏହି ଟାକ୍ସିର ଓଜନ ୨୦୦ କିଗ୍ରା ।