ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର ସ୍କାଏ ଡ୍ରାଇଭ୍‌ ଇଣ୍ଟରନ୍ୟାଶନାଲ୍‌ କମ୍ପାନୀ ପକ୍ଷରୁ ଉଡ଼ନ୍ତା କାର ପରୀକ୍ଷା ସଫଳତାର ସହିତ କରାଯାଇଛି। କାରରେ ଜଣେ ବସିପାରିବେ। ଏହାକୁ ୨ ମିଟର ଉପରେ ଉଡ଼ାଯାଇଛି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଟରସାଇକେଲ ଭଳି ଦେଖାଯାଉଥିବା ଏହି କାର୍‌କୁ ଜଣେ ବ୍ୟକ୍ତି ଉଡ଼ାଇଛନ୍ତି। ଏଭଳି କାର୍‌ ୨୦୨୩ ସୁଦ୍ଧା ବଜାରରେ ମିଳିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ପୃଥିବୀର ବିଭିନ୍ନ ଦେଶରେ ୧୦୦ରୁ ଅଧିକ ଉଡ଼ନ୍ତା କାର ପ୍ରକଳ୍ପ ଉପରେ ରିସର୍ଚ୍ଚ ଜାରି ରହିଛି। ତେବେ ଜାପାନର ସ୍କାଏ ଡ୍ରାଇଭ୍‌ ଏଥିରେ ସଫଳ ରହିଥିବା କମ୍ପାନୀର ଏହି ପ୍ରକଳ୍ପର ମୁଖ୍ୟ ତୋମୋହିରୋ ଫୁକୁଜାଓ୍ବା କହିଛନ୍ତି।

Share