କାନ୍ଦି ପକାଇଲେ ଅମିଷା ପଟେଲ

‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବୋ ଅଭିନେତ୍ରୀ ଅମିଷା ପଟେଲ ଅନେକ ସମୟ ହେବ ଫିଲ୍କ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ଅମିଷାଙ୍କ ଅଭିନୀତ ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା। ଏଥିରେ ଅମିଷାଙ୍କୁ ହ୍ରିତିକ୍‌ ରୋଶନଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ପରେ ଅମିଷାଙ୍କ ଅଭିନୀତ ଅନ୍ୟ କୌଣସି ସିନେମା ସେମିତି କିଛି ଖାସ୍‌ କମାଲ କରିପାରି ନ ଥିଲା।
ଏବେ ସୋସିଆଲ ମିଡିଆରେ ଅମିଷାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ‘କହୋ ନା ପ୍ୟାର ହୈ’ର ଟାଇଟେଲ ସଙ୍ଗ୍‌ରେ ବିମାନ କର୍ମଚାରୀମାନେ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ଅମିଷା ଭାବପ୍ରବଣ ହୋଇପଡ଼ୁଛନ୍ତି। କିଛି ସମୟ ମଧ୍ୟରେ ସେ କିନ୍ଦି ପକାଉଛନ୍ତି। ଏହା ପରେ ସେ ବିମାନ କର୍ମଚାରୀଙ୍କ ସହ ନାଚୁଛଥିବା ଦେଖିବାକୁ ମିଳୁଛି।

Share