Advertisement

OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍‌ ପୁରସ୍କାର

ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ କମେଡି ଓ୍ବେବ ସିରିଜ୍‌ ପୁରସ୍କାର। ସେହିଭଳି ଭେଟେରାନ ଅଭିନେତ୍ରୀ ସୀମା ପହୱାଙ୍କୁ ଚିଣ୍ଟୁ କା ବାର୍ଥଡେ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟର ଫିମେଲ ପୁରସ୍କାର ମିଳିଛି। ବେଶ ଜଣାଶୁଣା ଓ୍ବେବ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ ୨’ ଲାଗି ଆଲୋକନନ୍ଦ ଦାସଗୁପ୍ତାଙ୍କୁ ବେଷ୍ଟ ବ୍ୟାକଗ୍ରାଉଣ୍ଡ ସ୍କୋର ଏବଂ ସିଲଭେଷ୍ଟର ଫୋନସେକା ଓ ସ୍ବପ୍ନିଲ ସୋନାଭାନେଙ୍କୁ ବେଷ୍ଟ ସିନେମାଟୋଗ୍ରାଫର ପୁରସ୍କାର ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel