Categories: ଜାତୀୟ

ରାହୁଲଙ୍କୁ ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନ: ଏବେ ରେଳ ଷ୍ଟେଶନର ମାଲିକ କିଏ?

ନୂଆଦିଲ୍ଲୀ,୨୫।୮: ଜାତୀୟ ମୋନେଟାଇଜେସନ ପ୍ରୋଗ୍ରାମ (ଏନଏମପି) ଉପରେ ମୋଦି ସରକାରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଜାରି ରହିଛି। ବୁଧବାର ସେ #IndiaOnSale ସହିତ ଟୁଇଟ୍‌ରରେ ଲେଖିଛନ୍ତି, ପ୍ରଥମେ ମୁଁ ବିଶ୍ୱାସ ବିକ୍ରି କରିଥିଲେ ଏବଂ ଏବେ ..। ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଏହାର ପ୍ରତିଶୋଧ ନେଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ମୁହଁତୋଜ ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ସେ (ରାହୁଲ ଗାନ୍ଧୀ) ମୋନେଟାଇଜେସନ ବୁଝନ୍ତି କି? କଂଗ୍ରେସ ହିଁ ଦେଶର ସମ୍ବଳ ବିକ୍ରୟ କରିଥିଲା ଏବଂ ଏଥିରେ ଲାଞ୍ଚ ଗ୍ରହଣ କରିଥିଲା। ୮,୦୦୦ କୋଟି ଟଙ୍କା ଜମା କରିବାକୁ କଂଗ୍ରେସ ସରକାର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେକୁ ମୋନେଟାଇଜ କରିଥିଲା। ୨୦୦୮ ମସିହାରେ ନୂଆଦିଲ୍ଲୀ ରେଳ ଷ୍ଟେସନ ପାଇଁ ପ୍ରସ୍ତାବ ପାଇଁ ଆର୍‌ପିଏଫ୍‌(ପ୍ର୍ରସ୍ତାବ ପାଇଁ ଅନୁରୋଧ) ଆଣି ନ ଥିଲା। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ଏବେ ରେଳ ଷ୍ଟେଶନର ମାଲିକ କିଏ? ଭିଣୋଇ?
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ଗତ ସୋମବାର ୬ ଲକ୍ଷ କୋଟି ଟଙ୍କା ଏନଏମପି ଘୋଷଣା କରିଛନ୍ତି। ଏହା ଅଧୀନରେ ଯାତ୍ରୀବାହୀ ଟ୍ରେନ, ରେଳ ଷ୍ଟେଶନରୁ ବିମାନବନ୍ଦର, ସଡକ ଏବଂ ଷ୍ଟାଡିୟମକୁ ଜାତୀୟ ମୋନେଟାଇଜେସନ ପ୍ରୋଗ୍ରାମ ଅନ୍ତର୍ଭୁକ୍ତ କରାଯାଇଛି । ସରକାର କହିଛନ୍ତି ଯେ, ସମ୍ବଳ ସଂଗ୍ରହ କରାଯିବ ଏବଂ ଏହି ଭିତ୍ତିଭୂମି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକୁ ଜଡିତ କରି ସମ୍ପତ୍ତି ବିକାଶ କରାଯିବ।

Share