Categories: ଜାତୀୟ

କରୋନା କ୍ଷତିଗ୍ରସ୍ତ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ପ୍ରଭାବିତ ଅର୍ଥବ୍ୟବସ୍ଥାରେ ନୂଆ ଆଶା ଦେବା ପାଇଁ ମୋଦି ସରକାର ସୋମବାର ଆଉ ଏକ ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ମହାମାରୀ ଦ୍ୱାରା ପ୍ରଭାବିତ ସେକ୍ଟରଗୁଡିକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନ୍‌ ୧.୧ ଲକ୍ଷ କୋଟି ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ଅନ୍ତର୍ଗତ ସ୍ବାସ୍ଥ୍ୟ କ୍ଷେତ୍ରକୁ ୫୦ ହଜାର କୋଟି ଟଙ୍କା ଦିଆଯାଇଛି। ଏହି ରାଶି ନନ୍‌ ମେଟ୍ରୋ ମେଡିକାଲ୍‌ ଇନଫ୍ରା ଉପରେ ଖର୍ଚ୍ଚ ହେବ।

ପ୍ୟାକେଜ୍‌ର ବିଶେଷ ଅଂଶ
ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମାଗଣା ଟୁରିଷ୍ଟ ଭିସା ଦିଆଯିବ, ଯେଉଁଥିରେ ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଦେୟ ଦେବାକୁ ପଡ଼ିବ ନାହିଁ
ଅନ୍ୟାନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟି ପ୍ୟାକେଜ
୧୧ ହଜାର ଟୁରିଷ୍ଟ ଗାଇଡର ସହାୟତା ଦିଆଯିବ
ଅଳ୍ପ ଋଣ ନେଇଥିବା ବ୍ୟକ୍ତିମାନେ ଆରାମ ପାଇବେ
ଟୁର୍‌ ଏଜେନ୍ସିଗୁଡିକ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ
ଚାଷୀଙ୍କୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି
ଆତ୍ମନିର୍ଭରଶୀଳ ଭାରତ ଯୋଜନାର ଅବଧି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି ପାଇଲା
ଏକ ଲକ୍ଷ ଏକ ହଜାର କୋଟି ଟଙ୍କା କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଘୋଷଣା କରାଯାଇଛି
ସାର ଉପରେ ଅତିରିକ୍ତ ସବସିଡି ଦିଆଯିବ
୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ

Share