ପାଠ ପଢ଼ାଇବାରେ କମ୍‌, ରାଜନୀତିରେ ବେଶି ଧ୍ୟାନ

ଦେବଗଡ଼,୨୧।୭(ଶଶାଙ୍କଶେଖର ଝାଙ୍କର): ଆୟତନରେ ଦେବଗଡ଼ ଏକ ଛୋଟ ଜିଲା ହେଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲାର ଗୁରୁତ୍ୱ ରହିଛ। ହେଲେ ଜିଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟର କେତେଜଣ ଶିକ୍ଷକଙ୍କ ପାଇଁ ଏହି ଗୁରୁତ୍ୱ କମିଯିବା ସମ୍ଭାବନା ରହିଛି। ଏହି ନିର୍ଦ୍ଦିଷ୍ଟ କେତେକ ଶିକ୍ଷକ ପାଠ ପଢାଇବା ଅପେକ୍ଷା ରାଜନୀତି ପ୍ରତି ବେଶୀ ଧ୍ୟାନ ଦେଉଛନ୍ତି। ଫଳରେ ପାଠପଢାର ମାନ କମିଯାଉଛି। ଏହି ଶିକ୍ଷକମାନେ ମନଇଛା ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଅଚାନକ ଯାଞ୍ଚ କଲେ ଏହି ଶିକ୍ଷକମାନେ ଧରାପଡ଼ନ୍ତେ ବୋଲି କୁହାଯାଉଛି। ସମୟ ଥିଲା ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରୁ ବହୁତ ଛାତ୍ରୀଛାତ୍ର ପାଠପଢି ରାଜ୍ୟ, ଦେଶ ଏପରିକି ବିଦେଶରେ ମଧ୍ୟ ଭଲ ପଦବୀରେ ରହି ଜିଲାର ନାମ ରଖିଛନ୍ତି। ସେ ସମୟରେ ସେହିପରି ବିଶେଷ ସୁବିଧା ସୁଯୋଗ ନ ଥିଲେ ମଧ୍ୟ ଜିଲାର ନାମ ରଖିଛନ୍ତି। ହେଲେ ଆଜି ଡିଜିଟାଲ ଯୁଗରେ ସବୁ ସୁବିଧା ଥାଇ ମଧ୍ୟ ଜିଲାରେ ଭଲ ବା ଆଖିଦୃଷିୟା ରେଜଲ୍ଟ ନାହିଁ କହିଲେ କିଛି ଭୁଲ ହେବ ନାହିଁ। ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣ କରି ସ୍ମାର୍ଟ କ୍ଲାସ କରିଥିଲେ ସୁଦ୍ଧା ପାଠପଢା ଠିକ୍‌ ହେଉନାହିଁ। କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ କେଉଁ ବିଦ୍ୟାଳୟରେ ଛାତ୍ରୀଛାତ୍ର କମ ଆଉ ଶିକ୍ଷୟିତ୍ରୀ ଶିକ୍ଷକ ବେଶୀ। ଶିକ୍ଷା ବିଭାଗ ନୀତିକୁ ମାନିବାକୁ ପଡିବ। ସେଥିପାଇଁ ସବୁ ସୁବିଧା ସୁଯୋଗ ଥାଇ ମଧ୍ୟ କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆନ୍ତରିକତା ନ ଥିବା ଯୋଗୁ ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ କମୁଛି। ଅବିଭାବକମାନେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନ ଦେଇ ବେସରକାରୀରେ ନାମ ଲେଖାଉଛନ୍ତି। ସରକାରୀ ଚାକିରୀଆ ଏପରିକି ଖୁଦ ଶିକ୍ଷୟିତ୍ରୀ ଶିକ୍ଷକମାନେ ମଧ୍ୟ ନିଜ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି। କାରଣ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜେ ମଧ୍ୟ ଅନୁଭବ କରୁଛନ୍ତି, ସରକାରୀ ବିଦ୍ୟାଳୟରେ ପାଠପଢା ଠିକ୍‌ ହେଉନାହିଁ। ଜିଲାରେ କେତେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଗୁଲିଗପ କରିବା, ଇଛା ଅନୁସାରେ ବିଦ୍ୟାଳୟ ଯିବାଆସିବା କରିବା, ବିଦ୍ୟାଳୟରେ ମୋବାଇଲରେ ବ୍ୟସ୍ତ ରହିବା, ରାଜନୀତି ହାଲଚାଲ ଉପରେ ଆଲୋଚନା କରିବାରେ ବ୍ୟସ୍ତ ରହୁଛନ୍ତି। କହିବାକୁ ଗଲେ ପାଠପଢାଇବାରେ କମ, ରାଜନୀତିରେ ବେଶି ଧ୍ୟାନ ଦେଉଛନ୍ତି। ବିଭିନ୍ନ ରାଜନୈତିକ ଦଳର ବୈଠକ, ସଭାରେ ଯୋଗ ଦେଉଥିବା ମଧ୍ୟ ନଜିର ରହିଛି। ଗତ ନିର୍ବାଚନ ସମୟରେ ଜଣେ ଶିକ୍ଷକ ରାଜନୈତିକ ଦଳର ରାଲିରେ ସାମିଲ ହୋଇ ଚାକିରୀରୁ ନିଲମ୍ବିତ ହୋଇଥିଲେ। ତେଣୁ ସରକାର, ଦେବଗଡ଼ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ସମସ୍ତେ ଆନ୍ତରିକତା ସହ ଧ୍ୟାନ ଦେଲେ ଜିଲାରେ ଶିକ୍ଷାର କିଛି ମାତ୍ରାରେ ବିକାଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri