ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା

ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଥିଲା। କିନ୍ତୁ କାନାଡାର ଜଣେ ବରିଷ୍ଠ ମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ, ବ୍ୟବସାୟ ଆଲୋଚନା ଆରମ୍ଭ କରିବା ପରିବର୍ତ୍ତେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାର ତଦନ୍ତରେ ଭାରତରୁ ସହଯୋଗ ପାଇବାକୁ ଅଧିକ ପ୍ରାଥମିକତା ଦିଆଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ସାନ ଫ୍ରାନ୍ସିସ୍କୋରେ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ବୈଠକରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କାନାଡାର ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅଥବୈତିକ ବିକାଶ ମନ୍ତ୍ରୀ ମେରି ଏନଜି କହିଛନ୍ତି, ନିଜାର ଘଟଣାର ଅନୁସନ୍ଧାନ ଜାରି ରଖିବା ଉପରେ କାନାଡାର ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଅକ୍ଟୋବରରେ ମେରିଙ୍କ ନେତୃତ୍ୱରେ ଭାରତକୁ ଯାଇଥିବା ଟିମ କାନାଡା ବାଣିଜ୍ୟ ମିଶନକୁ ମଧ୍ୟ ବାତିଲ କରାଯାଇଥିଲା।
ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହା ପରେ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ଅବୈଧ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଏହା ସହିତ ଉଭୟ ଦେଶ ଅନ୍ୟ ଜଣେ ଶୀର୍ଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। କାନାଡା ନାଗରିକଙ୍କ ପାଇଁ ଭାରତ ମଧ୍ୟ ଭିସା ସେବାକୁ ସାମୟିକ ଭାବେ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri