ଜଳ ଅଭାବରୁ ନଷ୍ଟ ହେଉଛି ଚାରା

କେନ୍ଦୁଝର,୧୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅଧୀନରେ ଥିବା ପଦ୍ମପୁର ମେଗା ନର୍ସରିରେ ହଜାର ସଂଖ୍ୟାରେ ବିଭିନ୍ନ କିସମର ଚାରା ଶୁଖି ନଷ୍ଟହେବାକୁ ବସିଛି। ଜିଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏ ନେଇ ପ୍ରତିକାର ବ୍ୟବସ୍ଥା ଯଥା ସେଡ୍‌ (ଘୋଡ଼ଣୀ) କରାଯାଇନାହିଁ। ଆବଶ୍ୟକ ମୁତାବକ ଜଳ ସିଞ୍ଚନ ମଧ୍ୟ ହେଉନାହିଁ। ଫଳରେ ଅନେକ ଚାରା ଉପର ଭାଗ ଶୁଖିଯାଇଛି। ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ବନ ମହୋତ୍ସବରେ ଏହି ଚାରା ରୋପଣ କରାଗଲେ ଶୀଘ୍ର ବଢ଼ିବ ନାହିଁ ଏବଂ ବଞ୍ଚତ୍ବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଜିଲା ବନ ବିଭାଗ ମୁଖ୍ୟାଳୟରୁ ମାତ୍ର ୧୨ କି.ମି. ଦୂରରେ ଏହି ନର୍ସରି ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗର ଅବହେଳା ଯୋଗୁ ବ୍ୟାପକ ରାଜସ୍ବ କ୍ଷତି ହେବାକୁ ବସିଛି ବୋଲି ମତ ପ୍ରକାଶ ପାଉଛି।
ପ୍ରକାଶ ଯେ, ପ୍ରାୟ ୧୧ ହେକ୍ଟର ପରିମିତ ଏହି ମେଗା ନର୍ସରି ୨୦୧୪-୧୫ରେ ପ୍ରତିଷ୍ଠା ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ କାମ୍ପା ଅନୁଦାନରେ ୩ ଲକ୍ଷ ୯୦ ହଜାର, ଡିଏମ୍‌ଏଫ୍‌(ଜିଲା ଖଣିଜ ପାଣ୍ଠି)ରେ ୩୨ ହଜାର ୪୦୦, ଓଏମ୍‌ବିଏଡିସି ( ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ) ଅନୁଦାନରେ ୮୦ହଜାର ୨୯୫ ଏବଂ ଗ୍ରୀନ୍‌ ମହାନଦୀ ମିଶନରେ ୬୮ ହଜାର ୨୫୦ଟି ୧୮ ମାସିଆ ଚାରା ପ୍ରସ୍ତୁତ କରାଯାଇଛି। ଏନେଇ ମୋଟ ୧୧୭୦ ବେଡ୍‌ କରାଯାଇଛି। ମାତ୍ର ଜଳ ସମସ୍ୟା କାରଣରୁ ୨ ଓଳି ପାଣି ଦେବା ସମ୍ଭବପର ହେଉନାହିଁ। ଫଳରେ ହଜାର ସଂଖ୍ୟାରେ ଚାରା ପାଣି ଅଭାବରୁ ଶୁଖି ନଷ୍ଟହେବାକୁ ବସିଲାଣି। ଏଠାରେ ଜଳ ସମସ୍ୟା ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଆବଶ୍ୟକତାଠାରୁ ୩ ଗୁଣ ଅଧିକ ଚାରା ସୃଷ୍ଟି କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ନର୍ସରିରେ ୨ ଲକ୍ଷ ଚାରା ପାଇଁ ପାଣିର ବ୍ୟବସ୍ଥା ଥିବାବେଳେ ପାଖାପାଖି ୬ ଲକ୍ଷ ଚାରା ପ୍ରସ୍ତୁତ କରାଯାଉଛି। ନର୍ସରି ଭିତରେ ୫ଟି ବୋର୍‌ୱେଲ ଥିବାବେଳେ ୩ଟିରୁ କମ୍‌ ପାଣି ବାହାରୁଛି। ଖରାଦିନରେ ଜଳସ୍ତର କମୁଥିବାରୁ ମୋଟର ଘଣ୍ଟାଏ ଚାଲିଲେ ୨ ଘଣ୍ଟା ବନ୍ଦ ରହୁଛି। ନର୍ସରି ମଧ୍ୟରେ ଖୋଳାଯାଇଥିବା ପୋଖରୀ ମାର୍ଚ୍ଚ ମାସରେ ଶୁଖିଯାଉଛି। ବନ ବିଭାଗ ପକ୍ଷରୁ ବନାଯୋଡ଼ି ନିକଟ ମାଛକାନ୍ଦଣା ନାଳରୁ ପମ୍ପ ଦ୍ୱାରା ପାଣି ଉଠାଇ ପୋଖରୀରେ ଭର୍ତ୍ତି କରାଯାଉଛି। ମାଛକାନ୍ଦଣା ନାଳ ଉପରେ ସ୍ଥାନୀୟ ଲୋକେ ଏବଂ ଚାଷୀ ନିର୍ଭର କରୁଥିବାରୁ ଅଧିକ ପାଣି ଦେବାକୁ ଗ୍ରାମବାସୀ ଅମଙ୍ଗ ହେଉଛନ୍ତି। ୧୮ ମାସିଆ ଚାରା ଯଥା ଆମ୍ବ, ନିମ୍ବ, ପଣସ, ଜାମୁ, କରଞ୍ଜ, ଶିଶୁ, ତେନ୍ତୁଳି, ଅସନ, ଶାଳ ଆଦି ଚାରାର ଅଗ୍ରଭାଗ ଶୁଖିଯାଉଥିବାରୁ ବନୀକରଣ କରାଗଲେ ଏହି ଗଛ ବଞ୍ଚତ୍ବା ନେଇ ଆଶଙ୍କା ଦେଖାଯାଇଛି।
ହରେକୃଷ୍ଣ ମହାନ୍ତ କହିଛନ୍ତି, ଗୋଟିଏ ୧୮ ମାସିଆ ଚାରା ପ୍ରସ୍ତୁତ କରିବାକୁ ବନ ବିଭାଗର ୩୫ରୁ ୪୦ ଟଙ୍କା ଖର୍ଚ୍ଚ ହେଉଛି। ପାଣି ଅଭାବରୁ ଚାରା ନଷ୍ଟ ହେଉଥିବାରୁ ସରକାରଙ୍କ ବ୍ୟାପକ କ୍ଷତି ହେବ। ଫଳରେ ଯେଉଁ ଲକ୍ଷ୍ୟ ରଖି ଚାରା ସୃଷ୍ଟି କରାଯାଉଛି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
କାମ କରୁଥିବା ଶ୍ରମିକ ଧନେଶ୍ୱର ମହାନ୍ତ କହିଛନ୍ତି, ମେ, ଜୁନ୍‌ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜଳସ୍ତର କମିଗଲାଣି। ଆବଶ୍ୟକ ଅନୁଯାୟୀ ବୋର୍‌ୱେଲରେ ପାଣି ଆସୁ ନ ଥିବାରୁ ଜଳ ସମସ୍ୟା ଉତ୍କଟ ହୋଇଛି। ବିକଳ୍ପ ବ୍ୟବସ୍ଥା ଭାବେ ଥିବା ପୋଖରୀ ମଧ୍ୟ ଶୁଖିଯାଇଛି। ଏଣୁ ବର୍ଷା ନ ହେଲେ ସବୁ ଗଛ ଶୁଖି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଏନେଇ ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ପାଣି ଦିଆଯାଉଛି। କିନ୍ତୁ ପାଣି ଓ ମାଟି ମଧ୍ୟ ଗରମ ହୋଇଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ବର୍ଷା ହେଲେ ସବୁ ଠିକ୍‌ ହୋଇଯିବ। ଆସନ୍ତା ମାସରେ ହେବାକୁ ଥିବା ବନ ମହୋତ୍ସବରେ ଏହାକୁ ବ୍ୟବହାର କରାଯିବ। ବହୁ ଗଛ ଶୁଖିଯାଉଛି। ତେବେ ଏହା ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri