Categories: ଜାତୀୟ

ଲାଲୁ ଯାଦବଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ପାଟନା,୧୮।୮: ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ପୁଣିଥରେ ବଢିପାରେ। ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବା ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୫ରେ ହେବ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି କରିବାକୁ ଦାବି କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଶୁଣାଣି ପାଇଁ ରାଜି ହୋଇଛନ୍ତି। ବର୍ତ୍ତମାନ ୨୫ଅଗଷ୍ଟରେ ଏହି ମାମଲାର ଶୁଣାଣି ହେବ। ଦୁମକା, ଡୋରାଣ୍ଡା, ଚାଇବାସା ଏବଂ ଦେଓଗର ମାମଲାରେ ଜାମିନକୁ ଚ୍ୟାଲେଞ୍ଜ ଦିଆଯାଇଛି।

ମାର୍ଚ୍ଚ ୨୭ରେ ସିବିଆଇର ଅନ୍ୟ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ନୋଟିସ ଜାରି କରିଥିଲେ। ସିବିଆଇର ଆବେଦନକୁ ମୂଳ ଆବେଦନ ସହିତ ସୁପ୍ରିମକୋର୍ଟ ଯୋଡି ଦେଇଥିଲେ। ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଲାଲୁ ଯାଦବଙ୍କୁ ଦିଆଯାଇଥିବା ଜାମିନ ରଦ୍ଦ କରିବାକୁ ସିବିଆଇ ଦାବି କରିଛି। ସୁପ୍ରିମକୋର୍ଟରେ ଝାଡଖଣ୍ଡ ହାଇକୋର୍ଟର ଜାମିନ ଆଦେଶକୁ ସିବିଆଇ ଚ୍ୟାଲେଞ୍ଜ କରିଛି। ଝାଡଖଣ୍ଡର ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଲାଲୁଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲାଲୁ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଚୋରା ସ୍କାମରେ ୫ବର୍ଷ ଦଣ୍ଡିତ କରାଯାଇଥିଲା। ଏଥିସହ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।

Share