Categories: ଜାତୀୟ

ଲାଲୁଙ୍କୁ ଜାମିନ

ପାଟନା,୧୭।୪: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୩.୧୩ କୋଟି ଟଙ୍କାର ଚାରା ଦୁର୍ନୀତିି ମାମଲାର ଶୁଣାଣି କରି କୋର୍ଟ ଲାଲୁଙ୍କୁ ଏହି ଜାମିନ ମଞ୍ଜୁର କରିଛନ୍ତି। ୧ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଓ ୧୦ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚ୍ଚାଲିକାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଏଥିସହ ବିନା ଅନୁମତିରେ ସେ ବିଦେଶ ଗସ୍ତ କରିପାରିବେନି ଏବଂ ନିଜର ଘରର ଠିକଣା ଓ ମୋବାଇଲ ନମ୍ବର ପରିବର୍ତ୍ତନ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଲାଲୁ ଗତ ୧ ବର୍ଷରୁ ଜେଲ୍‌ରେ ରହିଆସୁଥିଲେ। ନିଜ ଦଣ୍ଡ ପୂରା କରିସାରିବା ପରେ ଲାଲୁଙ୍କୁ ଏହି ଜାମିନ ମିଳିଛି।

Share