Categories: ଜାତୀୟ

ଅସୁସ୍ଥ ଲାଲୁ: ଦିଲ୍ଲୀ ଏମ୍ସକୁ କରାଯିବ ସ୍ଥାନାନ୍ତର

ପାଟନା,୨୨।୩: ଚାରା ଦୁର୍ନୀତି ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନ୍ନତି ଘଟିଛି। ମଙ୍ଗଳବାର ହଠାତ୍‌ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ତେବେ ଉନ୍ନତ ଚିକିତ୍ସା ଲାଗି ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବ। ମଙ୍ଗଳବାର ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ରିମ୍ସ ହସ୍ପିଟାଲରେ ଭର୍ତ୍ତି ଥିଲେ। କିନ୍ତୁ ଲଗାତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି। ଅନ୍ୟପଟେ ଅନେକ ଦିନରୁ ସେ କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ବେଳେ କ୍ରିଏଟିନ ଲେବୁଲ ବଢ଼ିଯାଇଥିବା କୁହାଯାଉଛି।

Share