
ଭୁବନେଶ୍ୱର,୩୦ା୧: ଆସନ୍ତା ୨ ତାରିଖ ଯାଏ ଘନକୁହୁଡ଼ି ନେଇ ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କୋରାପୁଟରେ ପ୍ରବଳ କୁହୁଡ଼ି ଦେଖାଦେବ। ଶୁକ୍ରବାର ରାତି ଓ ୧ ତାରିଖ ସକାଳ ପାଇଁ ୮ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।
ଏଥିସହିତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳରେ ଘନକୁହୁଡ଼ି ଦେଖାଦେବ। ୧ ତାରିଖ ରାତି ଓ ୨ ତାରିଖ ସକାଳ ପାଇଁ ୫ ଜିଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।