Categories: ଜାତୀୟ

କୁହୁଡ଼ି ନେଲା ୬ ଜୀବନ

କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍‌ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏକ କାର ସହିତ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଦ୍ରୁତ ବେଗରେ ଧକ୍କା ଦେଇଥିଲା। କାର୍‌ରେ ଥିବା ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାର ଯାତ୍ରୀମାନେ ଲକ୍ଷ୍ନୌରୁ ବାଲାଜୀଙ୍କ ଦର୍ଶନ ପାଇଁ ଯାଉଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Share