ନଭେମ୍ବର ୨୯ରୁ ଆରମ୍ଭ ହେବ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ନୃତ୍ୟ ସଂଗମ’-୨୦୨୪ ପାଇଁ ସୋମବାର ଭବାନୀପାଟଣାସ୍ଥିତ ଏକ ହୋଟେଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ହେବାକୁ ଥିବା ଲୋକକଳାର ମହାକୁମ୍ଭ ନୃତ୍ୟ ସଂଗମ-୨୦୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ଜାତୀୟ ଉତ୍ସବ ପାଳନ ପୂର୍ବକ ବିଭିନ୍ନ ରାଜ୍ୟର କଳାକାରମାନେ ଏହି ଉତ୍ସବରେ ଯୋଗଦେବା ପାଇଁ ସ୍ଥିର କରାଯାଇଛି। ଆସାମ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ପଢୋଶୀ ରାଜ୍ୟର କଳାକାରମାନେ ଉତ୍ସବରେ ଯୋଗଦେବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସେହିପରି ଏଥିରେ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଭାବାନ କଳାକାରମାନଙ୍କୁ ଉତ୍ସବରେ ସମ୍ମାନୀତ କରିବା ପାଇଁ ଉତ୍ସବ ପରିଚାଳନା କମିଟିରେ ସ୍ଥିର କରାଯାଇଛି। ଏହା ସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ସ୍ଥିର କରାଯାଇଛି।

ବୈଠକକୁ ପ୍ରତିଭାର ସଭାପତି ଧ୍ୟାନାନନ୍ଦ ପଣ୍ଡା ପରିଚାଳନା କରିବା ବେଳେ ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ କାର୍ଯ୍ୟକ୍ରମ ବିଷୟବସ୍ତୁ ଉପରେ ପ୍ରସ୍ତାବ ଆଣିଥିଲେ। ଶେଷରେ ଅନୁଷ୍ଠାନର ଉପସଭାପତି ଦେବେଷ କୁମାର ସିଂହ ଧନ୍ୟବାଦ ଜଣାଇଥିଲେ। ଅନୁଷ୍ଠାନ ବିଭିନ୍ନ ସଭ୍ୟ ସହସଂପାଦକ କମଳ କିଶୋର ଶତପଥି, କୋଷାଧ୍ୟକ୍ଷ ଅନିଲ କୁମାର ରାଉତ, ତାପସ କୁମାର ପଟେଲ, ଆନନ୍ଦ ଚନ୍ଦ୍ର ବେହେରା, ଅଭିଜିତ ପଣ୍ଡା, ତରୁଣ କୁମାର ଦୁର୍ଗା, ଆଲୋକ କୁମାର ସାହୁ, କ୍ଷୀତିଶ ଚନ୍ଦ୍ର ବେମାଲ, ପୂର୍ବତନ ସଭାପତି ଜିତାମିତ୍ର ସାହୁ, ବବ୍ଲୁ ରାଉତ ପ୍ରମୁଖ ଉପସ୍ଥିତ ରହି ବୈଠକର ସୁପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ...

କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା...

ଯେଉଁମାନଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇନାହିଁ, ସେମାନେ ୯ରେ ସୁଭଦ୍ରା ଟଙ୍କା ପାଇବେ କି ନାହିଁ ଜାଣନ୍ତୁ…

ଭୁବନେଶ୍ୱର,୭।୧୦: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୯ ତାରିଖ ଅର୍ଥାତ୍‌ ବୁଧବାର ଖାତାକୁ ଆସିବ। ତେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ...

ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ୨୦ନମ୍ବର ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବୋମା: ବଳଦ ମୁହଁରେ ଫୁଟିଲା…

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବୋମା ବଳଦ ମୁହିଁରେ ଫୁଟି ଯିବାରୁ ସେ ଗୁରୁତର ହୋଇଛି। ଏଭଳି ଏକ ଘଟଣା...

ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ …

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ...

ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣା: ନିଯୁକ୍ତପତ୍ର ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ, ବିଇଓ ଅଫିସ ସମ୍ମୁଖରେ ଧାରଣା

ଝରିଗାଁ,୭।୧୦(କିଶୋର ଚନ୍ଦ୍ର ମଣ୍ତଳ): ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣାରେ ନିଯୁକ୍ତପତ୍ର ପାଇଥିବା ନୂତନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ପୃକ୍ତ ଗ୍ରାମରେ ରହିଥିବା...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ୱର,୭।୧୦: ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୂତନ ସରକାର ଅନେକ ନୂଆ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri