Posted inଫୁରସତ

ଲୋକନୃତ୍ୟ ବଜାସାଲ୍‌

କାହିଁ କେଉଁ କାଳରୁ ଲୋକନୃତ୍ୟର ସୃଷ୍ଟି। ତେବେ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ଉତ୍ପତ୍ତି ପଛରେ କିଛି ଲୋକକାହାଣୀ ଯୋଡ଼ିହୋଇ ରହିଛି। କିନ୍ତୁ ସମୟକ୍ରମେ କେତେକ ପାରମ୍ପରିକ ଲୋକନୃତ୍ୟରେ କିଛି ପରିବର୍ତ୍ତନ ଘଟିଥିବା ବେଳେ ପୁଣି କେତେକ ଲୋକକଳା ଏବେ ବିଲୁପ୍ତପ୍ରାୟ। ତେବେ ବିଳମ୍ବ ହେଲେ ବି ବିଭିନ୍ନ ଲୋକକଳାର ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ କେତେକ ପଦକ୍ଷେପ ନିଆଯାଇଛି । ଯେମିତି କି ୨୦୨୧ ଗଣତନ୍ତ୍ରଦିବସ ଅବସରରେ ଦିଲ୍ଲୀ ରାଜପଥରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ବଜାସାଲକୁ ପରିବେଷଣ କରାଯାଇଥିଲା, ଯାହାକି ଏହି ଲୋକକଳା ସାରା ଦେଶରେ ନିଆରା ପରିଚୟ ସୃଷ୍ଟି କରିପାରିଛି। ତେବେ ଓଡ଼ିଶାର କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭବାନୀପାଟଣା ଗାଁରେ ୨୦୦୦ମସିହାରେ ପ୍ରାୟ ୬୦ଜଣ କଳାକାରଙ୍କୁ ନେଇ ଗଢ଼ିଉଠିଥିଲା ପ୍ରତିଭା ନାମକ ଏକ ଅନୁଷ୍ଠାନ। ଏହି ଅନୁଷ୍ଠାନର ସଭାପତି ଧ୍ୟାନନନ୍ଦ ପଣ୍ଡା କୁହନ୍ତି-ବଜାସାଲ ହେଉଛି କଳାହାଣ୍ଡି ଜିଲାର ଏକ ଜନଜାତି ସମୂହଙ୍କ ଭିନ୍ନ ଏକ ପାରମ୍ପରିକ ଲୋକନୃତ୍ୟ। ବିଶେଷକରି ଏହି ଜିଲାରେ ହିଁ ବଜାସାଲ ଲୋକନୃତ୍ୟ ଦେଖିବାକୁ ମିଳେ। ବିଭିନ୍ନ ପର୍ବପର୍ବାଣି ଓ ବିବାହ ଆଦି ସାଂସ୍କୃତିକ କାଯର୍‌ୟକ୍ରମରେ ବଜାସାଲ ଲୋକନୃତ୍ୟ ପରିବେଷଣ କରାଯାଉଥିବାର ଦେଖିବାକୁ ମିଳେ। ବଜାସାଲ ଲୋକନୃତ୍ୟ ପରିବେଷଣ ବେଳେ କଳାକାରମାନେ ଏକ ନିର୍ଦ୍ଦିଷ୍ଟ ଧରଣର ସ୍ବଦେଶୀ ହାବସପୁରୀ ଶାଢ଼ିକୁ ପିନ୍ଧି ଥାନ୍ତି। ସେହିପରି କଳାକାରମାନେ ଅଣ୍ଟାରେ ଗୁନ୍‌ଚି, ହାତରେ ପତ୍ରିୟା ବନ୍ଦ୍ରିୟା ଓ ମୁଣ୍ଡରେ ପାନପତ୍ରୀ ପରିଧାନ କରିଥାନ୍ତି। ବଜାସାଲର କଳାକାରମାନେ ଦଳଗତଭାବେ ପାରମ୍ପରିକ ବାଦ୍ୟ ଓ ଲୋକନୃତ୍ୟରେ ଏକ ନିଆରା ପରିବେଶ ସୃଷ୍ଟି କରିଥାନ୍ତି, ଯାହାକୁ କି କଳାହାଣ୍ଡି ଜିଲାର ଏକ ଆଞ୍ଚଳିକ ପାରମ୍ପରିକ ଲୋକନୃତ୍ୟ ବୋଲି କୁହାଯାଏ। ଏଥିରେ ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରେ ଢୋଲ, ନିଶାନ, ତାସା, ଝାଞ୍ଜ ଓ ମହୁରି ଆଦି ବାଦ୍ୟକୁ ବ୍ୟବହାର କରାଯାଇଥାଏ। ଦିନ ହେଉ କି ରାତି ସବୁ ସମୟରେ ଏହି ଲୋକନୃତ୍ୟକୁ ଏହି ଦଳର କଳାକାରମାନେ ପରିବେଷଣ କରିଥାନ୍ତି। କିନ୍ତୁ ଏହି ଲୋକନୃତ୍ୟ ପରିବେଷଣ ବେଳେ ଏଥିରେ ସାମିଲଥିବା କଳାକାରମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ- ନିଆଲି ମଲ୍ଲୀର କାଏଁ ଚଲନ, ନିତି ଦେଖା ଦରପନ ଆଦି ଗୀତ ଗାଇ ଗାଇ ଝୁମିଥାନ୍ତି। ଘୁମୁରା ଗ୍ରୁପର ଗୁରୁ ରାମପ୍ରସାଦ ନାୟକ କୁହନ୍ତି, ଆମ ଘର ପ୍ରାଙ୍ଗଣରେ ପ୍ରଥମେ ପ୍ରତିଭା ଅନୁଷ୍ଠାନର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କେତେଜଣ ଯୁବତୀଯୁବକଙ୍କୁ ନେଇ ବଜାସାଲ ଲୋକନୃତ୍ୟ ଅଭ୍ୟାସ କରାଯାଇଥିଲା। ଗୋଟିଏ ଦଳରେ ପ୍ରାୟ ୧୬ଜଣ ଲେଖାଏଁ କଳାକାର ରହିଥାନ୍ତି। ଏମାନେ ପ୍ରାୟ ଘଣ୍ଟାଘଣ୍ଟା ଧରି ବାଦ୍ୟର ତାଳେତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ବିଶେଷକରି ବିଭିନ୍ନ ମାଙ୍ଗଳିକ, ଆଧାତ୍ମିକ, ସାଂସ୍କୃତିକ ଏବଂ ବିବାହ ଆଦିକାଯ୍ୟରେ ଏହି ଲୋକନୃତ୍ୟକୁ ପରିବେଷଣ କରାଯାଇଥାଏ। କିନ୍ତୁ ସମୟକ୍ରମେ ଏହି ବଜାସାଲର କଳାକାରମାନେ ଭୁବନେଶ୍ୱର, ବଳାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, କେନ୍ଦୁଝର, ବାରିପଦା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ଼, କୋରାପୁଟ ଆଦି ଜିଲା ଓ ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ଉତ୍ସବ, ମହୋତ୍ସବରେ ଏହି ବଜାସାଲ ଲୋକନୃତ୍ୟକୁ ପରିବେଷଣ କରିଛନ୍ତି। ଜାତୀୟସ୍ତରରେ ଦିଲ୍ଲୀ, ବମ୍ବେ, କଲିକତା, ନାସିକ, ସୁରଟ, କାନପୁର, ଲୁଧିଆନା, ବାଙ୍ଗାଲୋର, ଗୋଆ, ହାଇଦ୍ରାବାଦ, ରାଇପୁର, ଗୁଆହାଟୀ, ସିଲଂ, ଇମ୍ଫାଲ, ଗ୍ୟାଙ୍ଗଟକ ଆଦି ରାଜ୍ୟ ବାହାରର ବିଭିନ୍ନ ସହରରେ ଓଡ଼ିଶାର ଏହି ପାରମ୍ପରିକ ଲୋକନୃତ୍ୟକୁ ପରିବେଷଣ କରିସାରିଲେଣି। ସେହିପରି ଅନ୍ତର୍ଜାତୀୟସ୍ତରରେ ଲଣ୍ଡନ ଓ ଇଣ୍ଡୋନେସିଆରେ ଏହି ଲୋକନୃତ୍ୟକୁ ପରିବେଷଣ କରିଛନ୍ତି। ୨୦୧୨ମସିହାରେ ବାଙ୍ଗାଲୋରଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବ ଲୋକନୃତ୍ୟ ପ୍ରତିଯୋଗିତାରେ ବଜାସାଲ ତୃତୀୟସ୍ଥାନ ପାଇଥିଲା। ୨୦୧୪ରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ଯୁବ ଉତ୍ସବରେ ପୁଣିଥରେ ପୁରସ୍କୃତ ହୋଇପାରିଛି। ୨୦୧୯ମସିହାରେ ଅନ୍ତର୍ଜାତୀୟ ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛି। ଏଥିଯୋଗୁ ପ୍ରାୟ ୫ଲକ୍ଷର ପ୍ରୋତ୍ସାହନ ରାଶି ପାଇବା ସହ ଦେଶରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲାରେ ଯୁବପିଢିଙ୍କ ପାଇଁ ବଜାସାଲ ଲୋକନୃତ୍ୟ ଏକ ପ୍ରେରଣା। ଏହି ଲୋକନୃତ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କୁହନ୍ତି, ବଜାସାଲ ହେଉଛି କଳାହାଣ୍ଡି ଜିଲାର ଏକ ପ୍ରାଚୀନ ଲୋକନୃତ୍ୟ । ରାଜାରାଜୁଡ଼ା ସମୟରେ ବିଭିନ୍ନ ସାଂସ୍କୃତିକ ଓ ବିଜୟ ଯାତ୍ରା ବେଳେ ଏହାକୁ ପରିବେଷଣ କରାଯାଉଥିଲା। ଓଡ଼ିଶା ସରକାରଙ୍କ ତରଫରୁ ଏହାକୁ ଚୟନ କରାଯାଇ ଦିଲ୍ଲୀ ପଠାଯାଇଥିଲା। ପରେ ଆମ ଲୋକକଳା ଆମସଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱର ଠାରେ ବଜାସାଲ କଳାକାର ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ଓଡ଼ିଶାରେ ଥିବା ଏପରି ଅନେକ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟକୁ ପୁରପଲ୍ଲୀର କଳାକାରଙ୍କଠାରୁ ଦେଖିବାକୁ ମିଳୁଥିବା ବେଳେ ସମୟକ୍ରମେ କେତେକ ଲୋପପାଇ ଯାଇଛି। ଆଉ କେତେକ ନୂଆରୂପରେ ଭିନ୍ନ ପରିଚୟ ସୃଷ୍ଟି କରିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଭୂକମ୍ପ: ସତ ହେଲା ଭବିଷ୍ୟବାଣୀ, ୨୦୨୫ରେ ଆଗକୁ ମାଡିଆସୁଛି ଆହୁରି…

ନୂଆଦିଲ୍ଲୀ,୭।୧: ନେପାଳର ସୀମା ନିକଟ ତିବ୍ଦତର ଶିଗାଟେରେ ଆଜି ସକାଳୁ ସକାଳୁ ବଡ଼ ଧରଣୀ ଭୂକମ୍ପ ହୋଇଛି। ଯାହାକୁ ନେଇ ଆଖପାଖ ଅନେକ ଦେଶମାନେ ଭୟଭୀତ...

ସମୁଦ୍ରରେ ୧୫୦ କି.ମି. ପହଁରି ରେକର୍ଡ

ବିଶାଖାପାଟଣା: ବଙ୍ଗୋପସାଗରରେ ମାତ୍ର ୫ ଦିନ ମଧ୍ୟରେ ୧୫୦ କି.ମି ଦୂରତା ପହଁରି ଆନ୍ଧ୍ରପ୍ରଦେଶର ସନ୍ତରଣକାରୀ ଗୋଲି ଶ୍ୟାମଲା(୫୨) ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ମହିଳା ଭାବେ...

ଅରୁଣସ୍ତମ୍ଭ ଚାରିପଟେ ୮ ଘୋଡ଼ା ଗତିଶୀଳ ମୁଦ୍ରାରେ ରହିଥିଲେ

ଆମେ ଗତ ସଂଖ୍ୟାରେ ଆଲୋଚନା କରିଥିଲେ ରାଜ୍ୟ ପ୍ରଶାସନ କୋଣାର୍କଠାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଗ୍ନଥିବା ଶିଳ୍ପୀଙ୍କ ପ୍ରତି କେତେ ସତର୍କ ଥିଲେ। ଦୋଳ ଉତ୍ସବ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା

ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ...

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି...

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା, ପଢ଼ିବା...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri