ଲୋକାଦୃତ ହେଉଛି ଲୋକକଳା

ଢେଙ୍କାନାଳ ଅଫିସ, ୨୪।୧୦:ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ସ୍ବତନ୍ତ୍ର ଯୋଜନା। ଏହି ମହତ୍‌ ଅଭିଯାନର ନିଅଁ ପଡ଼ିଥିଲା ଢେଙ୍କାନାଳରୁ। ଏଥିରେ ପର୍ଯ୍ୟାୟକ୍ରମେ ଯୋଡ଼ି ହୋଇଥିଲା ଅନ୍ୟ ଜିଲା। କଳାକାରଙ୍କ ପଞ୍ଜୀକରଣ, ପ୍ରୋତ୍ସାହନ, ପ୍ରଗତି ପାଇଁ ପ୍ରସ୍ତୁତ ହୋଇଥିଲା ନୀଳନକ୍ସା, ଯାହାର ସୁଫଳ ମିଳିଛି। ଢେଙ୍କାନାଳରେ ମୃତପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ୧୪ ଲୋକକଳାକୁ ମିଳିଛି ନୂଆ ପରିଚୟ। କେବଳ ଏତିକି ନୁହେଁ, ଏହି କାରଣରୁ ୨୦୧୭ରୁ ୨୦୧୯ ଲଗାତର ୩ବର୍ଷ ଧରି ଲୋକକଳାର ବିକାଶରେ ଆଦର୍ଶ ସାଜି ପୁରସ୍କାର ହାତେଇଛି ଜିଲା ପ୍ରଶାସନ। ଏବେ ସରକାରୀ ଯୋଜନା ବିଷୟରେ ସଚେତନ କରିବା ହେଉ କି ସମାରୋହ, ପର୍ବପର୍ବାଣି କିମ୍ବା ସାମାଜିକ କାର୍ଯ୍ୟକ୍ରମ ସବୁଠି ଜିଲାର କଳାକାରମାନେ ପ୍ରତିଭା ପ୍ରଦର୍ଶନ କରି ସାଉଁଟୁଛନ୍ତି ପ୍ରଶଂସା। ଧୀରେ ଧୀରେ ଲୋକକଳା ଲୋକାଦୃତ ହେଉଥିବାବେଳେ ଡିଜିଟାଲ ଯୁଗରେ ପ୍ରାଚୀନ ସଂସ୍କୃତି, ପରମ୍ପରା, ପୌରାଣିକ ଗାଥା ସହ ଯୋଡ଼ିହେବାର ସୁଯୋଗ ପାଉଛନ୍ତି ଯୁବପିଢ଼ି।
ଢେଙ୍କାନାଳ ଜିଲାରେ ଲୋକକଳାର ୧୪ଟି ବିଭବ ମଧ୍ୟରେ ପାଲା, ଦାସକାଠିଆ, ଦଣ୍ଡ, ଘୁଡୁକି, ଘୁମୁରା, ଘୋଡ଼ାନାଚ, ଗୋପାଳ ଲଉଡ଼ି, ଖଞ୍ଜଣି, ଆଦିବାସୀ ନୃତ୍ୟ, କଣ୍ଢେଇନାଚ, ପାଇକ ଆଖଡ଼ା, ନାମସଂକୀର୍ତ୍ତନ, ରାମଲୀଳା, କେନ୍ଦେରା ଅନ୍ୟତମ। କାମାକ୍ଷାନଗର ବ୍ଲକର ଖଞ୍ଜଣି, ଘୁମୁରା, ହିନ୍ଦୋଳ ବ୍ଲକର ଦଣ୍ଡନୃତ୍ୟ, ପାଇକଆଖଡ଼ା, ଭୁବନ ବ୍ଲକର ଗୋପାଳ ଲଉଡ଼ି, ଘୋଡ଼ାନୃତ୍ୟ, କଙ୍କଡ଼ାହାଡ଼ ଓ ସଦର ବ୍ଲକର ଆଦିବାସୀ ନୃତ୍ୟ, କଣ୍ଢେଇନାଚ, ଦଣ୍ଡନୃତ୍ୟ, ଓଡ଼ାପଡ଼ା ବ୍ଲକର ପାଲା, ଦାସକାଠିଆ, ଗଁଦିଆ ବ୍ଲକର କେନ୍ଦେରା ବେଶ୍‌ ପ୍ରସିଦ୍ଧ। ବିଶେଷ କରି ସଦର ବ୍ଲକ ରାଇଡ଼ିହି ଗ୍ରାମର କଣ୍ଢେଇନାଚ ଜାତୀୟସ୍ତରରେ ଅର୍ଜିଛି ସୁନାମ। ଏହାକୁ ବାଦ୍‌ଦେଲେ ଅପହଞ୍ଚ ଅଞ୍ଚଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ସରକାର ଲୋକକଳାର ସାହାରା ନେଉଛନ୍ତି। ବନ୍ୟଜନ୍ତୁ, ପରିବେଶ ସୁରକ୍ଷା, ଜଙ୍ଗଲ ନିଅଁାରୁ ରକ୍ଷା, ସ୍ବଚ୍ଛତା କାର୍ଯ୍ୟକ୍ରମ ସର୍ବୋପରି ସଂକ୍ରାମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ୩ ଦିନ ଧରି ‘ଲୋକକଳା ମହୋତ୍ସବ’ ଅନୁଷ୍ଠିତ ହେଉଛି। ରାଜ୍ୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଦିଆଯାଉଛି ପାରିଶ୍ରମିକ। ଲୋକକଳାକୁ ସମୃଦ୍ଧ କରିବା ପାଇଁ ବ୍ଲକ କଳା ସଂସ୍କୃତି ସଂଘ ଓ ଜିଲା କଳା ସଂସ୍କୃତି ସଂଘ କାର୍ଯ୍ୟ କରୁଛି। ବ୍ଲକସ୍ତରରେ ବିଡିଓ ସଭାପତି ରହିଥିବା ବେଳେ ଜଣେ କଳାକାର ଉପସଭାପତି ପଦବୀ ସମ୍ଭାଳୁଛନ୍ତି। ସେହିପରି ଜିଲାପାଳ ଜିଲା କଳା ସଂସ୍କୃତି ସଂଘର ସଭାପତି ଦାୟିତ୍ୱରେ ଅଛନ୍ତି। ଜିଲା କଳା ସଂସ୍କୃତି ସଂଘ ସୁପରିଚାଳନା ପାଇଁ ଜଣେ ଉପସଭାପତି ମଧ୍ୟ ରହିଛନ୍ତି।

ଭତ୍ତା ଅପେକ୍ଷାରେ ବହୁ କଳାକାର

୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ ଢେଙ୍କାନାଳ ଜିଲାରେ ଲୋକକଳାର ବିକାଶ ପର୍ବ ଆରମ୍ଭ ହେଇଥିଲା। ଏହାପରେ ଯଦିଓ ରାଜ୍ୟ ତଥା ଜିଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି, ତଥାପି କଳାକାର ଭତ୍ତା ଯୋଜନାରେ ସମସ୍ତ ସାମିଲ ହୋଇପାରିନାହାନ୍ତି। ଜିଲାରେ ପ୍ରାୟ ୭୦ ହଜାର କଳାକାର ଲୋକକଳା ସହିତ ଜଡ଼ିତ ଥିବାବେଳେ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାରେ ମାତ୍ର ୧୧୪୧ଜଣ ସାମିଲ ହୋଇପାରିଛନ୍ତି। ଲୋକକଳାର ଆଦର୍ଶ ପାଲଟିଥିବା ଜିଲାରେ ଏଭଳି ପରିସଂଖ୍ୟାନ ଚିନ୍ତାର ବିଷୟ ପାଲଟିଛି। ସମସ୍ତ କଳାକାରଙ୍କୁ ଭତ୍ତା ତାଲିକାଭୁକ୍ତ କରି ଅଧିକ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଲୋକକଳା ସଂସ୍କୃତି ବିଶ୍ୱସ୍ତରୀୟ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri