ପୂଜା କରିବା ବେଳେ ମାନନ୍ତୁ ଏସବୁ ନିୟମ, ଦେବାଦେବୀ ହେବେ ପ୍ରସନ୍ନ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି: * ଘରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନା କରିବା ପୂର୍ବରୁ ଘରକୁ ଭଲ ଭାବରେ ସଫାସୁତୁରା କରି ଅନାବଶ୍ୟକ ଜିନିଷକୁ ଘରୁ ବାହାର କରିଦେବା ଦରକାର। କାରଣ ବେକାର ପଡ଼ିଥିବା ଜିନିଷ ଘରେ ନକାରାତ୍ମକ ଊର୍ଜ୍ଜା ସୃଷ୍ଟି କରିଥାଏ।

* ଦେବାଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା କରିବେ, ଯେମିତିକି ତାଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ। ଏପରି କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଅନ୍ୟପକ୍ଷେ କୁହାଯାଏ, ଠାକୁର ଘରର କାନ୍ଥରେ ସିନ୍ଦୁରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭ ଲକ୍ଷଣ ହୋଇଥାଏ।

*ଠାକୁର ପୂଜାରେ ତମ୍ବା କିମ୍ବା ପିତଳ ବାସନକୁସନର ବ୍ୟବହାର କରିବା ଭଲ। ଆପଣ ଚାହିଁଲେ ରୂପାର ଥାଳି ଓ ଜଳପାତ୍ରକୁ ମଧ୍ୟ ପୂଜାରେ ବ୍ୟବହାର କରିପାରିବେ।

*ତା’ଛଡ଼ା ଘରର ମୁଖ୍ୟ ଦ୍ୱାରରେ ବି ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି।