Posted inରାଜ୍ୟ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ପରିବା ଦର…

ଭୁବନେଶ଼୍ବର, ୨୪।୬: ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନାବଶ୍ୟକ ହୋର୍ଡିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏଥିପ୍ରତି ନଜର ରଖାଯାଇଛି । ନାଶିକରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛି । ସେହିଭଳି ଆସାମ ଏବଂ ପଶ୍ଚିମବଙ୍ଗରେ ଆଳୁଦର ବଢ଼ିଥିବାରୁ ରାଜ୍ୟରେ ମଧ୍ୟ ବୃଦ୍ଧି ପାଇଛି ।

ଅନ୍ୟପଟେ ଟମାଟୋ ଓ ପରିବା ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ସେ କହିଛନ୍ତି । ଦରବୃଦ୍ଧି ସମସ୍ୟାର ସମାଧାନ ପାଇଁ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ଗତକାଲି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଉଦ‌ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ରାଜ୍ୟର ଖାଉଟିମାନେ ଯେପରି ସୁଲଭ ତଥା ଉଚିତ ମୂଲ୍ୟରେ ଖାଉଟି ସାମଗ୍ରୀ ପାଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ କରିଥିଲେ ଏବଂ ମୁନାଫାଖୋର ତଥା ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଖାଉଟି ସାମଗ୍ରୀର ଦରବୃଦ୍ଧି ବର୍ତ୍ତମାନ ଜାତୀୟ ସମସ୍ୟା ହୋଇଥିଲେ ମଧ୍ୟ ରାଜ୍ୟରେ ଅସାଧୁ ବ୍ୟବସାୟୀ ଯେପରି ଏହାର ଲାଭ ନ ଉଠାଇ ପାରନ୍ତି, ସେଥିପାଇଁ ସଜାଗ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ ଯୋଗାଣ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ବଜାର ଯଥା ଭୁବନେଶ୍ଵର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି । ଏତଦବ୍ୟତୀତ ବିଭାଗ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର କ୍ରୟ ବିକ୍ରୟ ଆଦି ଉପରେ ନଜର ରଖିବା ସହ ଜିଲାର ଯୋଗାଣ କର୍ମଚାରୀମାନଙ୍କୁ ଏ ସମ୍ବନ୍ଧରେ ବିବରଣୀ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ପଛର ଷଡ଼ଯନ୍ତ୍ର ଖୋଜୁଛି ଏନ୍‌ଆଇଏ ଟିମ୍‌

ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ...

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ

ଚଣ୍ଡିଗଡ଼,୨୮।୪:ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image