Categories: ଜାତୀୟ

ମାକଡୋନାଲ୍ଡର ବଡ଼ ନିଷ୍ପତ୍ତି: ମେନୁରେ ସାମିଲ ହେବନାହିଁ ଟମାଟୋ

ନୂଆଦିଲ୍ଲୀ, ୭।୭: ମାକଡୋନାଲ୍ଡସ ଇଣ୍ଡିଆ ଏକ ବଡ ଘୋଷଣା କରିଛି। ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍‌ ପ୍ରଡକ୍ଟସ୍‌ ତାଲିକାରୁ ଟମାଟୋକୁ ହଟାଇବାକୁ ନିଷ୍ପତ୍ତି ନେଇଛି। କ୍ରୟ ଅସୁବିଧା ହେତୁ କମ୍ପାନୀ ମେନୁରୁ ଅସ୍ଥାୟୀ ଭାବରେ ଟମାଟୋ ହଟାଇବାକୁ ନିଷ୍ପତ୍ତି ନେଇଛି ବୋଲି ଶୁକ୍ରବାର କମ୍ପାନୀ ଏକ ବିବୃତ୍ତି ଜାରି କରିଛି। ମାକଡୋନାଲ୍ଡସ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ ଭାରତ) ମୁଖପାତ୍ର କହିଛନ୍ତି ଯେ, ମୌସୁମୀ ସମସ୍ୟା ହେତୁ ଟମାଟୋକୁ ମେନୁରେ ସାମିଲ ହେବା ଅସମର୍ଥ।

 

Share