ଇସ୍ଲାମାବାଦ,୧୬।୧: ପାକିସ୍ତାନରେ ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅଟା ପାଇଁ ଲୋକେ ଟ୍ରକ୍ ପଛରେ ଧାଉଁଥିବା ଓ କେତେଜଣ ବାଇକ୍ରେ ପିଛା କରୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓକୁ ନ୍ୟାଶନାଲ ଇକ୍ୟୁଆଲିଟି ପାର୍ଟି ଜମ୍ମୁ-କଶ୍ମୀର ଗିଲ୍ଗିଟ୍ ବାଲ୍ଟିସ୍ତାନ ଆଣ୍ଡ ଲଦାଖ (ଜେକେଜିବିଏଲ୍)ର ସଭାପତି ସାଜ୍ଜଦ ରାଜା କହିଛନ୍ତି, ଏହା କୌଣସି ମୋଟରସାଇକେଲ୍ ରାଲି ନୁହେଁ। ପ୍ୟାକେଟ ଅଟା କିଣିବା ଆଶାରେ ପାକିସ୍ତାନୀମାନେ ଅଟା ବୋଝେଇ ଟ୍ରକ୍ ପଛରେ ଧାଇଁଛନ୍ତି।
ଜଣେ ଲୋକ ଟଙ୍କା ଦେଖାଇ ପ୍ୟାକେଟ ଅଟା ମାଗୁଛନ୍ତି। ଏହି ଭିଡିଓ ପାକିସ୍ତାନରେ ଦେଖାଦେଇଥିବା ସଙ୍କଟର ଏକ ଝଲକ ବୋଲି ସାଜ୍ଜଦ କହିଛନ୍ତି। ଆର୍ଥିକ ସଙ୍କଟ ସାଙ୍ଗକୁ ରିହାତି ଗହମ ଅଭାବ ଦେଶରେ ଖାଦ୍ୟ ସମସ୍ୟା ସୃଷ୍ଟି କରିଛି। ସେଠାରେ ୧୫ କିଲୋଗ୍ରାମ ଅଟା ପ୍ୟାକେଟ ୨,୦୫୦ ଟଙ୍କାରେ ବିକ୍ରି ହେଉଛି। ସରକାର ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇଦେବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ଲୋକେ ପ୍ଲାଷ୍ଟିକ୍ ଥଳିରେ ଏଲ୍ପିଜି ଭର୍ତ୍ତି କରି ରଖୁଛନ୍ତି। ପାକିସ୍ତାନରେ ମୁଦ୍ରାସ୍ଫୀତି ଡିସେମ୍ବରରେ ୨୪.୫ ପ୍ରତିଶତରେ ପହଞ୍ଚତ୍ଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବା ପାଇଁ ବିଦେଶୀ ମୁଦ୍ରା ଭଣ୍ଡାରରେ ଆବଶ୍ୟକ ଅର୍ଥ ନାହିଁ। ଅଧିକ ସହାୟତା ଯୋଗାଇବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମନା କରିଦେଇଛି।