ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର…

ନୂଆଦିଲ୍ଲୀ,୨୯।୮ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ଦିନକୁ ପ୍ରାୟ ୧୧ ଘଣ୍ଟା ହୋଇଗଲାଣି । ଏହି କଠିନ ପରିଶ୍ରମ ପରେ ମଧ୍ୟ ସେମାନଙ୍କ ରୋଜଗାର ହ୍ରାସ ପାଇଛି।

ରିପୋର୍ଟରେ ଦର୍ଶାଯାଇଛି ୨୦୧୯ରେ ଏହିପରି କର୍ମଚାରୀଙ୍କ ହାରାହାରି ଆୟ ୧୩,୪୭୦ ଟଙ୍କା ଥିଲା, ଯାହା ୨୦୨୨ ରେ ୧୧,୯୬୩ ଟଙ୍କାକୁ ଖସି ଆସିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଇତ୍ୟାଦି ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ଫୁଡ ଡେଲିଭରୀ କର୍ମଚାରୀଙ୍କ ରୋଜଗାରରେ ଦୋହରା ହ୍ରାସ ଘଟିଛି।

‘ଫୁଡ ଡେଲିଭରୀ ପ୍ଲାଟଫର୍ମର ସାମାଜିକ-ଅର୍ଥନୈତିକ ପ୍ରଭାବ ଆକଳନ’ ନାମରେ ପ୍ରକାଶିତ ଏହି ରିପୋର୍ଟରେ ସ୍ବଳ୍ପ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ରୋଜଗାର ମଧ୍ୟ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ପ୍ରାୟ ପାଞ୍ଚ ଘଣ୍ଟା କାମ କରୁଥିବା କର୍ମଚାରୀଙ୍କ ରୋଜଗାର ୭,୯୯୯ ରୁ ୭,୧୫୭ ଟଙ୍କାକୁ ଖସି ଆସିଛି। ଏହି ରିପୋର୍ଟ ଦେଶର ୨୮ ଟି ଛୋଟ, ମଧ୍ୟମ ଏବଂ ବଡ ସହରର ୯୨୪ ଫୁଡ ଡେଲିଭରୀ ବୟଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଉପରେ ଆଧାରିତ ।

ସାଧାରଣତଃ ଲୋକମାନେ ବିଶ୍ୱାସ କରନ୍ତି ଫୁଡ ଡେଲିଭରୀ କାର୍ଯ୍ୟ କମ ଶିକ୍ଷିତ କିମ୍ବା ଅଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ । କିନ୍ତୁ ଏନସିଏଇଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି କାମ କରୁଛନ୍ତି । ଅନ୍ୟାନ୍ୟ ସମାନ କାର୍ଯ୍ୟ ତୁଳନାରେ, ଅଧିକ ଶିକ୍ଷିତ ଫୁଡ ଡେଲିଭରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବଡ଼ ଧରଣର ଔପଚାରିକତାର ଆବଶ୍ୟକତା ନାହିଁ ।

ଅନେକ ସମୟରେ ଶିକ୍ଷିତ ବ୍ୟକ୍ତି ଯେଉଁମାନେ ହଠାତ ଚାକିରି ହରାନ୍ତି, ସେମାନେ ମଧ୍ୟ ଏହି କ୍ଷେତ୍ରରେ ଅସ୍ଥାୟୀ ଭାବରେ ଏକ ନୂତନ ଚାକିରି ପାଇବା ପର୍ଯ୍ୟନ୍ତ ସେମାନଙ୍କର ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବାକୁ ଆସନ୍ତି। ଏହି କାରଣରୁ ଅପେକ୍ଷାକୃତ ଶିକ୍ଷିତ ଯୁବକମାନେ ମଧ୍ୟ ଏହି କ୍ଷେତ୍ରକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri