Categories: ଜାତୀୟ

ରାତି ୮ଟା ପରେ ଫୁଡ୍‌ ଡେଲିଭରି ବନ୍ଦ

ମୁମ୍ବାଇ, ୬ା୪- ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା ପରେ ଜମାଟୋ ଓ ସ୍ବିଗି ଭଳି ଫୁଡ୍‌ ଡେଲିଭରି ଆପ୍ସ ଅର୍ଡର ନେବେ ନାହିଁି। ଏ ଘୋଷଣା ସମ୍ପର୍କରେ ଆପ୍‌ ପକ୍ଷରୁ ୟୁଜର୍ସଙ୍କୁ ନାଇଟ୍‌ କର୍ଫ୍ୟୁ ପୂର୍ବରୁ ନୋଟିଫିକେଶନ୍‌ ଓ ମେସେଜ ଜରିଆରେ ଜଣାଇ ଦିଆଯାଇଛି। ରାତି ୮ଟା ପରେ ଅର୍ଡର ଗ୍ରହଣ କରାଯିବ ନାହିଁ। ଏଣୁ ରାତି ୮ଟା ପୂର୍ବରୁ ଅର୍ଡର ପ୍ଲେସ କରନ୍ତୁ। ଯାହା ଫଳରେ ଯଥା ଶୀଘ୍ର ଅର୍ଡର କରିଥିବା ଖାଦ୍ୟ ଆପଣଙ୍କ ପାଖରେ ପହଞ୍ଚି ପାରିବ ବୋଲି ନୋଟିଫିକେଶନରେ ଉଲ୍ଲେଖ କରାଯାଇଛି।

Share