କର୍ଲାମୁଣ୍ଡା,୭ା୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ. ମାଲପଡା ପଞ୍ଚାୟତ ସରଗୁଲ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଦୁଇଦିନିଆ ଖାଦ୍ୟମେଳା ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ସିଡିପିଓ କଳ୍ପଲତା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଅନ୍ନ ଅଭିଯାନର ଜିଲା କାର୍ଯ୍ୟକ୍ରମ ସଂଯୋଜକ ଅକ୍ଷୟ କୁମାର ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପ୍ରଧାନ, ଶିକ୍ଷକ ସୁଦର୍ଶନ ସାହୁ, ଶ୍ରୀ ଅନ୍ନ ଅଭିଯାନ ବିପିସି ଜଗଦୀଶ ପ୍ରସାଦ ରଣା, ଜୟ ଥୁଆମୂଳ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ନାଏକ ପ୍ରମୁଖ ଯୋଗଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆକୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କ୍ଷୁଦ୍ରଶସ୍ୟ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ମିକ୍ଚର, ଲଡୁ,ମାଲପା, ବିସ୍କୁଟ, କେକ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ମାଣ୍ଡିଆ ପଣା ପ୍ରଭୃତି ପ୍ରଦର୍ଶିତ ହୋଇଥିଲା।