Categories: ଫୁରସତ

ମାଇକ୍ରୋଓ୍ବେଭନରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଶରୀର ପାଇଁ କ୍ଷତିକାରକ, ପେଟକୁ ଯାଇପାରେ ନାନୋପ୍ଲାଷ୍ଟିକ କଣିକା

ଖାଦ୍ୟ ଶୀଘ୍ର ଗରମ ପାଇଁ ମାଇକ୍ରୋଓ୍ବେଭନ ବ୍ୟବହାର କରୁଛନ୍ତି କି। ତେବେ କଣ ଆପଣ ଖାଦ୍ୟ ଗରମ ପାଇଁ ପାଷ୍ଟିକ ପାତ୍ର ବ୍ୟବହାର କରୁଛନ୍ତି। ତେବେ ହୋଇଯାଆନ୍ତୁ ସାବଧାନ। ମାଇକ୍ରୋୱେଭରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଯଦିଓ ଲୋକମାନେ ଖାଦ୍ୟ ଗରମ ପାଇଁ ମାଇକ୍ରୋୱେଭରେ ସୁରକ୍ଷିତ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରନ୍ତି, କିନ୍ତୁ ବାସନ ଗରମ ହେବା ଦ୍ୱାରା ଏଥିରୁ କୋଟି କୋଟି ବିଷାକ୍ତ ନାନୋପ୍ଲାଷ୍ଟିକ ଏବଂ ମାଇକ୍ରୋପ୍ଲାଷ୍ଟିକ କଣିକା ଖାଦ୍ୟ ସହିତ ପେଟକୁ ଯାଇଥାଏ।

ନିକଟରେ ହୋଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା ପାତ୍ରର ପ୍ରତ୍ୟେକ ୧ ସେଣ୍ଟିମିଟରରୁ ୨ ବିଲିୟନରୁ ଅଧିକ ନାନୋପ୍ଲାଷ୍ଟିକ ଏବଂ ୪୦ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ କଣିକା ପେଟକୁ ଯାଇଥାଏ। ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ତିନି ଚତୁର୍ଥାଂଶ କୃତ୍ରିମ ଭାବରେ ସୃଷ୍ଟି ହୋଇଥିବା ଭ୍ରୁଣ କିଡନୀ କୋଷର ଏହିପରି କଣିକାର ସଂସ୍ପର୍ଶରେ ଆସିବା ପରେ ଦୁଇ ଦିନରେ କୋଷର ମୃତ୍ୟୁ ଘଟିଥିଲା।

ଗବେଷଣାକାରୀମାନେ ପଲିପ୍ରୋପିଲିନରେ ର୍ନିମିତ ବେବି ଫଉଡ୍‌ କଣ୍ଟେନର ଏବଂ ପଲିଥିନରେ ର୍ନିମିତ ପୁନଃ ବ୍ୟବହାରଯୋଗ୍ୟ ଥଳି ବ୍ୟବହାର କରି ଏହି ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନକାରୀମାନେ ଏହି ପାତ୍ରଗୁଡ଼ିକୁ ଡିଓନାଇଜଡ ପାଣି କିମ୍ବା ତିନି ପ୍ରତିଶତ ଏସିଟିକ ଏସିଡରେ ଭର୍ତ୍ତି କରିଥିଲେ। ପାତ୍ର ଏବଂ ଥଳିକୁ ୧୦୦୦ ୱାଟ୍‌ରେ ମାଇକ୍ରୋୱେଭରେ ତିନି ମିନିଟ ପାଇଁ ଗରମ କରାଯାଇଥିଲା। ପରେ ଏହାକୁ ମାଇକ୍ରୋଓ୍ବେଭ୍‌ରୁ ବାହାର କରିବା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଏଥିରେ ଲକ୍ଷ ଲକ୍ଷ-କୋଟି ମାଇକ୍ରୋ ଏବଂ ନାନୋପ୍ଲାଷ୍ଟିକ କଣିକା ସୃଷ୍ଟି ହୋଇଛି। ଯାହା ଆମ ପେଟକୁ ଯାଇ ରୋଗ ସୃଷ୍ଟି କରିଥାଏ।

 

Share