ଖାଦ୍ୟ ଅଭାବ, ଗାଁ ମୁହାଁ ବିଲୁଆ

ମହାକାଳପଡ଼ା,୩୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ)ଅସନ୍ତୁଳିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, କିଆବୁଦା ହ୍ରାସ ସାଙ୍ଗକୁ ଖାଦ୍ୟାଭାବ ବିଲୁଆ ବଂଶ ପାଇଁ ବିପଦ ସାଜିଛି। ଖାଦ୍ୟାଭାବ କାରଣରୁ ଏବେ ବିଲୁଆ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଦିନ ଥିଲା, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ବହୁସଂଖ୍ୟାରେ ବିଲୁଆ ଦେଖିବାକୁ ମିଳୁଥିଲେ। ବିଶେଷକରି କିଆବୁଦା ମୂଳେ ନିରାପଦ ଓ ସୁରକ୍ଷିତ ଭାବେ ବିଲୁଆମାନେ ବଂଶ ବିସ୍ତାର କରିଆସୁଥିଲେ। କାଳକ୍ରମେ ପ୍ରାକୃତିକ ବିପର୍ଯ୍ୟୟ, ସାମୁଦ୍ରିକ ଝଡ଼, ଜଙ୍ଗଲ ଅବକ୍ଷୟ ହେଲା। ଜଙ୍ଗଲ ଧ୍ୱଂସ ଓ ପୋଡୁଚାଷ କରି କିଆବୁଦା ନଷ୍ଟ ହେବା ସହ ଉକ୍ତ ସ୍ଥାନରେ ଜନବସତି ଗଢ଼ି ଉଠିବା ଫଳରେ ବିଲୁଆ ବସା ଭାଙ୍ଗିଗଲା। ଖାଦ୍ୟାଭାବ ଯୋଗୁ ବହୁ ବିଲୁଆଙ୍କ ମୃତ୍ୟୁ ହେଲା। ଫଳରେ ସମୟ ଅନୁପାତରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲା। ୧୯୭୧ ମସିହାରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ବ୍ଲକର ବିଶେଷକରି ବଙ୍ଗୋପସାଗର ଉପକୂଳ ଜମ୍ବୁ ଓ ସୁନିତି ଅଞ୍ଚଳରେ ୩ ହଜାରରୁ ଅଧିକ ଲୋକଙ୍କ ସହ ବନ୍ୟ ଜୀବଜନ୍ତୁ ଓ ଗୃହପାଳିତ ପ୍ରାଣୀ, ଅନେକ ଦେଶୀୟ ପକ୍ଷୀଙ୍କ ଜୀବନ ଯାଇଥିଲା। ସାମୁଦ୍ରିକ ଝଡ଼ର ପରବର୍ତ୍ତୀ ସମୟରେ କୁଢ଼ କୁଢ଼ ମୃତଦେହ ପଡ଼ି ପଚି ଦୁଗନ୍ଧ ପରିବେଶ ସୃଷ୍ଟି ହେଲା। ବିଗିଡ଼ି ଯାଇଥିବା ସନ୍ତୁଳିତ ପରିବେଶକୁ ପୂର୍ବସ୍ଥିତିକୁ ଫେରିବାକୁ ହେଲେ ଏଣେତେଣେ ଗଦା ଗଦା ହୋଇ ପଡ଼ିଥିବା ମୃତଦେହକୁ ସଫା କରିବା ଆବଶ୍ୟକ ପଡ଼ିଥିଲା। ଏଥିରେ ବିଲୁଆ, ଶାଗୁଣାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ସେମାନଙ୍କ ମୃତଦେହ ପଡ଼ି ଦୁର୍ଗନ୍ଧ ହେବା ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତତ୍‌କାଳୀନ ରାଜନଗର ବିଧାୟକ ବିଜୁ ପଟ୍ଟନାୟକ ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ଦେଖିବାକୁ ଆସିଥିଲେ। ପ୍ରାଥମିକ ଦୃଷ୍ଟିରୁ ଭୋକିଲା ପେଟକୁ ଆହାର, ସ୍ବାସ୍ଥ୍ୟସେବା, ପାନୀୟଜଳ ଓ ଅନ୍ୟପଟେ ମୃତଦେହକୁ ସଫା କରିବା ପାଇଁ ଶାଗୁଣା, ବିଲୁଆଙ୍କ ଆବଶ୍ୟକ ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଯୋଗାଇବା ସହ ଦୁର୍ଗନ୍ଧମୟ ପରିବେଶକୁ ସଫା କରିବାକୁ ଗଡ଼ଜାତ ଅଞ୍ଚଳରୁ ହଜାରରୁ ଅଧିକ ବିଲୁଆଙ୍କୁ ଟ୍ରକ୍‌ ଯୋଗେ ଆଣି ଏହି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଛାଡ଼ିବାର ବ୍ୟବସ୍ଥା କରିଥିଲେ। ସେହିପରି ବିଲୁଆ ମୁଖ୍ୟ ଖାଦ୍ୟ ହିସାବରେ ମାଛ, କଙ୍କଡ଼ା, ଛୋଟ ଛୋଟ ଜୀବଜନ୍ତୁଙ୍କୁ ଶିକାର କରି ବଞ୍ଚୁଥିଲେ। ଅପରପକ୍ଷରେ ଗହୀର ବିଲ ଖାଲପାଟରେ ମିଳୁଥିବା ମାଛ, କଙ୍କଡ଼ା ଆଉ ପୂର୍ବପରି ମିଳୁନାହାନ୍ତି। ଫଳରେ ବିଲୁଆମାନେ ସଞ୍ଜ ନଇଁଲେ ଗଁା ମୁଣ୍ଡରେ ଥିବା ବଣବୁଦା ମୂଳେ ଛପିରହି କୁକୁଡ଼ା, ମେଣ୍ଢା, ଛେଳି ଆଦିକୁ ଆକ୍ରମଣ କରୁଥିବା ନଜରକୁ ଆସିଛି। ଏ ସଂକ୍ରାନ୍ତରେ ପରିବେଶପ୍ରେମୀ ସମରେନ୍ଦ୍ର ମାହାଳିଙ୍କ କହିବା କଥା, ପୂର୍ବଭଳି ଢେର୍‌ ସଂଖ୍ୟାରେ ବିଲୁଆଙ୍କ ସଂଖ୍ୟା ହ୍ରାସ ପାଇଛି। ବାସସ୍ଥାନ ଓ ଖାଦ୍ୟାଭାବ ଯୋଗୁ ଏମାନଙ୍କ ବଂଶ ଏବେ ବିପଦମୁହଁା ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ସାମାଜିକ କର୍ମୀ ସୁବାସ ସ୍ବାଇଁଙ୍କ କହିବା କଥା, ଆଗଭଳି ଆଉ ଗଁା ପାଖ ନଦୀକୂଳ କିଆବୁଦାମୂଳେ ସଞ୍ଜ ନଇଁଲେ ବିଲୁଆଙ୍କ ହୁକେ ହୋ ରଡ଼ି ଶୁଭୁନାହିଁ। ଗଁାର ପୁରୁଖା ଲୋକମାନେ କହିବା କଥା, ଅଣ୍ଡିରା ବିଲୁଆ ରାତିର ଚତୁର୍ଥ ପ୍ରହରରେ ଉପରମୁହଁା ହୋଇ ଭୁକିଲେ ଅଞ୍ଚଳ ପ୍ରତି ବିପଦର ସୂଚନା ବୋଲି କହିଛନ୍ତି। ପରିବେଶ ସନ୍ତୁଳନ କରିବାରେ ଏମାନଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri