Categories: ଜାତୀୟ

ମହଙ୍ଗା ହେବ ଏମ୍‌ପିଙ୍କ ଖାଦ୍ୟ

ନୂଆଦିଲ୍ଲୀ,୨୦ା୧: ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଆଉ ସବ୍‌ସିଡି ଖାଦ୍ୟ ମିଳିବ ନାହିଁ। ଜାନୁୟାରୀ ୨୯ରେ ଆରମ୍ଭ ହେବାକୁ ଥିବା ଅଧିବେଶନରୁ ଏହାକୁ ବନ୍ଦ କରାଯିବ। କ୍ୟାଣ୍ଟିନକୁ ନର୍ଦ୍ଦର୍ନ ରେଲଓ୍ବେଜ୍‌ ପରିବର୍ତ୍ତେ ଇଣ୍ଡିଆ ଭାରତ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି) ପରିଚାଳନା କରିବ ବୋଲି ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସୂଚନା ଦେଇଛନ୍ତି।
କହିଛନ୍ତି, ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ଗୁଡ଼ିକରେ ଏମ୍‌ପି ଓ ଅନ୍ୟମାନଙ୍କୁ ଖାଦ୍ୟରେ ମିଳୁଥିବା ରିହାତିକୁ ବନ୍ଦ କରିଦିଆଯାଇଥିବାରୁ ଏଣିକି ତାହା ମହଙ୍ଗା ହେବ। ଏହାଦ୍ୱାରା ଲୋକ ସଭା ସେକ୍ରେଟାରିଏଟ୍‌ର ବର୍ଷକୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବଞ୍ଚତ୍ୟିବ ବୋଲି ସୂତ୍ରରୁ ଜଣାପଡ଼ିଛି।
ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଏମ୍‌ପିମାନଙ୍କ ବାସଭବନ ନିକଟରେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୭-୨୮ରେ ପାର୍ଲାମେଣ୍ଟ ପରିସରରେ ମଧ୍ୟ ଏହି ପରୀକ୍ଷା କରାଯିବ। ରାଜ୍ୟ ସଭା ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଲୋକ ସଭା ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ଚାଲିବ। ଅଧିବେଶନରେ ପୂର୍ବ ନିର୍ଦ୍ଧାରିତ ୧ ଘଣ୍ଟା ପାଇଁ ପ୍ରଶ୍ନକାଳ ଚାଲିବ ବୋଲି ବିର୍ଲା ପ୍ରକାଶ କରିଛନ୍ତି।

Share