Categories: ଜାତୀୟ

ଜମାଟୋ, ସୁଇଗିରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ୧ ତାରିଖରୁ ଜମାଟୋ, ସୁଇଗି ଭଳି ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ। ଏହି ନିୟମ ଅନୁସାରେ ପ୍ଲାଟଫର୍ମଗୁଡ଼ିକୁ ରନ୍ଧା ଖାଦ୍ୟ ଉପରେ ଗ୍ରାହକଙ୍କଠାରୁ ୫ ପ୍ରତିଶତ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହ ଓ ପୈଠ କରିବାକୁ ପଡ଼ିବ।

ବିଶେଷଜ୍ଞଙ୍କ ମୁତାବକ, ଏହି ନିୟମ ଉଭୟ ଉପଭୋକ୍ତା ଓ ଛୋଟ ରେଷ୍ଟୁରାଣ୍ଟଗୁଡ଼ିକୁ ପ୍ରଭାବିତ ହେବ।

ସେପ୍ଟେମ୍ବରରେ ବସିଥିବା ଜିଏସ୍‌ଟି ପରିଷଦରେ ଖାଦ୍ୟ ଡେଲିଭର କରୁଥିବା ସୁଇଗି, ଜମାଟୋ ଭଳି ଅନ୍ୟ ପ୍ଲାଟଫର୍ମକୁ ରେଷ୍ଟୁରାଣ୍ଟ ପାଇଁ ଜିଏସ୍‌ଟି ଦେବା ଲାଗି ସୁପାରିଶ କରାଯାଇଥିଲା। ଚଳିତ ମାସରେ ଏକ ସର୍କୁଲାର ଜରିଆରେ ଜାନୁୟାରୀ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲା ଅର୍ଥ ମନ୍ତ୍ରଣାଳୟ।

Share